ଷ୍ଟକ୍ କାରବାରରେ ସୁଧାର

Advertisment

ଭାରତ ସମେତ ସମଗ୍ର ବିଶ୍ବର ଷ୍ଟକ୍ ବଜାର କାରବାରରେ ସୁଧାର ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ  ଆଜି୧୦୮୯ ପଏଣ୍ଟ ବୃଦ୍ଧି ପାଇ ୭୪,୨୨୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ୩୭୪ ପଏଣ୍ଟ ବୃଦ୍ଧି ପାଇ ୨୨,୫୩୫ ପଏଣ୍ଟରେ ବନ୍ଦ ହୋଇଛି।

ଭାରତ ସମେତ ସମଗ୍ର ବିଶ୍ବର ଷ୍ଟକ୍ ବଜାର କାରବାରରେ ସୁଧାର ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ  ଆଜି୧୦୮୯ ପଏଣ୍ଟ ବୃଦ୍ଧି ପାଇ ୭୪,୨୨୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ୩୭୪ ପଏଣ୍ଟ ବୃଦ୍ଧି ପାଇ ୨୨,୫୩୫ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ୯୨୯ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ‌ଭାରତ ସମେତ ସମଗ୍ର ବିଶ୍ବର ଷ୍ଟକ୍ ବଜାର କାରବାରରେ ସୁଧାର ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ  ଆଜି୧୦୮୯ ପଏଣ୍ଟ ବୃଦ୍ଧି ପାଇ ୭୪,୨୨୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ୩୭୪ ପଏଣ୍ଟ ବୃଦ୍ଧି ପାଇ ୨୨,୫୩୫ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ୮ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। 

ଆମେରିକାରେ ଡାଓ ଜୋନ୍‌ସ ୧୪୦୦ ପଏଣ୍ଟ ଏବଂ ନାସ୍‌କାନ୍ ଓ ଏସ୍‌ଆଣ୍ଡ୍‌ପି ୪ ପ୍ରତିଶତ ଲେଖାଏଁ ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବା ପରେ ଆମେରିକୀୟ ଷ୍ଟକ୍ ବଜାର ଲଗାତାର ଭାବେ ତଳକୁ ଖସୁଥିଲା। ଗତକାଲି ନିବେଶକମାନେ ବେଶ୍‌ ଚିନ୍ତିତ ହୋଇପଡ଼ିବା ସହ ସେୟାର ବିକ୍ରି କରିଥିଲେ। ତେଣୁ ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଥିଲା। ମଙ୍ଗଳବାର ସେମାନେ ଜାଣିପାରିଛନ୍ତି ଯେ ଶୁଳ୍କ ଲଢ଼େଇ ଆମେରିକା ଓ ଚୀନ୍ ଭିତରେ ସୀମିତ ରହିପାରେ। ୟୁରୋପ ଓ ଜାପାନ ମୁଲଚାଲ ପନ୍ଥା ଉପରେ ବିଚାର କରୁଛନ୍ତି। ଭାରତ ସରକାର ମୁଲଚାଲ ଆରମ୍ଭ କରିସାରିଛନ୍ତି। ଗତକାଲି ସୁଦ୍ଧା ୫ଟି କାରବାର ଦିନରେ ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୨୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତକାଲି ସେନ୍‌ସେକ୍ସ ୨୨୨୬ ପଏଣ୍ଟ ଖସିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe