୨୦୧୯ରେ ଅଭିବୃଦ୍ଧି କମିବ: ମୁଡିସ୍‌

Advertisment
୨୦୧୯ରେ ଅଭିବୃଦ୍ଧି କମିବ: ମୁଡିସ୍‌

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ୨୦୧୯ ଓ ୨୦୨୦ରେ ହ୍ରାସ ପାଇବ ବୋଲି ରେଟିଂ ପ୍ରଦାନକାରୀ ସଂସ୍ଥା ମୁଡିସ୍‌ ପକ୍ଷରୁ କୁହାଯାଇଛି। ଏହାର ରିପୋର୍ଟରେ ମୁଡିସ୍‌ ଜଣାଇଛି ଯେ ୨୦୧୮ରେ ଭାରତର ଅଭିବୃଦ୍ଧି ୭.୪% ହେବ। ୨୦୧୯ ଓ ୨୦୨୦ରେ ତାହା ୭.୩%କୁ ହ୍ରାସ ପାଇବ। ସୁଧ ହାରରେ ବୃଦ୍ଧି ଯୋଗୁ ଋଣ ଖର୍ଚ ବହୁତ ବଢ଼ିଯିବ ଓ ତାହା ସ୍ଥାନୀୟ ଚାହିଦାକୁ ପ୍ରଭାବିତ କରିବ ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ର ପ୍ରଥମ ଛଅ ମାସରେ ଅଭିବୃଦ୍ଧି ହାର ୭.୯% ରହିଛି। ଏହାକୁ ବିମୁଦ୍ରୀକରଣର ପରବର୍ତି ପ୍ରଭାବ ଭାବେ ଅଭିହିତ କରାଯାଇଛି। ଦେଶରେ ସୁଧ ହାର ଏବେ ଉଚ୍ଚ ସ୍ତରରେ ରହିଛି ଯାହାର ପ୍ରଭାବରେ ଋଣ ବାବଦ ଖର୍ଚ୍ଚ ବଢ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୯ ପର୍ଯ୍ୟନ୍ତ ସୁଧ ହାରରେ ବୃଦ୍ଧି ଜାରି ରଖିବ ବୋଲି ମୁଡିସ୍‌ ଆକଳନ କରିଛି। ଏହା ହେଲେ ଋଣ ବାବଦ ଖର୍ଚ ଆହୁରି ବଢ଼ିଯିବ, ଯାହା ଦେଶର ସ୍ଥାନୀୟ ଚାହିଦାକୁ ପ୍ରଭାବିତ କରିପାରେ ବୋଲି ମୁଡିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe