୩୦ ଦିନରେ ପେନ୍‌ସନ୍, ଭବିଷ୍ୟନିଧି ମଞ୍ଜୁରି ଆଦେଶ ପତ୍ର ମିଳିବ

Advertisment
ପେନ୍‌ସନ୍‌ ବ୍ୟବସ୍ଥା ସମୀକ୍ଷା ପାଇଁ ନୂଆ କମିଟି: ୪ ଜଣ ସଦସ୍ୟ ରହିବେ

The Indian Express

ଭୁବନେଶ୍ୱର: ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏଜି ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ହୋଇଯାଇଅଛି l ବରିଷ୍ଠ ଉପ-ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଯୋଗଦେଇ ଏଜି କାର୍ଯ୍ୟାଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନଭୋଗୀଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜ ଜିଲ୍ଲା ସ୍ତରରେ ଥିବା ପେନସନ ମଞ୍ଜୁରକର୍ତ୍ତାମାନଙ୍କ ନିକଟରେ ପଡି ରହିବା ଯୋଗୁଁ ପେନସନ ମଞ୍ଜୁର ବିଳମ୍ବ ହେଉଛି। ଆସନ୍ତା ମାସରୁ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆୟୋଜନ କରାଯିବା ସହ ସେହିଠାରେ ମଞ୍ଜୁରୀପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହା ପୂର୍ବରୁ ପରୀକ୍ଷା ମୂଳକଭାବେ ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଦାଲତରେ ବହୁତ ପେନସନ ଅଭିଯୋଗ ଶୁଣାଣି କରାଯାଇ ସେହିଠାରେ ପେନସନ ମଞ୍ଜୁର କରାଯାଇଥିଲା। ପେନସନ କାଗଜ ପତ୍ର ଅବସରର ୬ ମାସ ପୂର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇବାକୁ ନିୟମ ଥିଲେ ମଧ୍ୟ ତାହା ଠିକ୍ ସମୟରେ ପହଞ୍ଚୁନଥିବାରୁ କର୍ମଚାରୀମାନେ ଅବସରକାଳୀନ ପ୍ରାପ୍ୟ ଅବସର ପୂର୍ବରୁ ପାଇ ପାରୁନାହାନ୍ତି। ଏହି ଅବସରରେ ଉପ-ମହାଲେଖାକାର (ପ୍ରଶାସନ ) କିଶୋର ରେଡ୍ଡୀ ପୋଲୁ, ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ଚାର ଓରାମ, ଅକ୍ଷୟ ମହାନ୍ତି, ପ୍ରଦୀପ ସେଠୀ ଗୌର ଚନ୍ଦ୍ର ସାହୁ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ l ଏହି ଅଦାଲତରେ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe