ରେଳବାଇ ଆରମ୍ଭ କରିବ ନୂଆ ବ୍ୟବସ୍ଥା : ବସ୍ତୁ ଓ ସେବା ନେଇ, ଅର୍ଥ ବଦଳରେ କମ୍ପାନିକୁ ଦେବ ବିଜ୍ଞାପନର ସୁଯୋଗ

Advertisment
ରେଳବାଇ ଆରମ୍ଭ କରିବ  ନୂଆ ବ୍ୟବସ୍ଥା  : ବସ୍ତୁ ଓ ସେବା ନେଇ, ଅର୍ଥ ବଦଳରେ କମ୍ପାନିକୁ ଦେବ ବିଜ୍ଞାପନର ସୁଯୋଗ

ନୂଆଦିଲ୍ଲୀ: ପୁରୁଣା ସମୟରୁ ଚାଲି ଆସୁଥିବା ‘ବଦଳ ପ୍ରଥା’କୁ ନୂଆ ରୂପରେ ପ୍ରଚଳନ କରିବାକୁ ଯାଉଛି ଭାରତୀୟ ରେଳ। ରେଳବାଇର ନୂଆ ପଲିସି ଜରିଆରେ କମ୍ପାନିମାନଙ୍କୁ ବସ୍ତୁ ଓ ସେବା ବଦଳରେ ଟ୍ରେନ୍‌ରେ ବିଜ୍ଞାପନର ସୁଯୋଗ ଦିଆଯିବ। ଏଥିପାଇଁ ଯଦି ଆପଣ ଟ୍ରେନ୍‌ରେ କୌଣସି ସାବୁନ୍‌ କମ୍ପାନିର ବିଜ୍ଞାପନ ଦେଖନ୍ତି ଓ ଟଏଲେଟରେ ଏହି ବ୍ରାଣ୍ଡର ସାବୁନ୍‌ରେ ହାତ ଧୋଇବାକୁ ମିଳେ ତେବେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ।

publive-image

ଏହି ପ୍ରସଙ୍ଗରେ ରେଳବାଇର ସମସ୍ତ ମ୍ୟାନେଜରଙ୍କୁ ଡିସେମ୍ବର ୨୭ରେ ନିର୍ଦ୍ଦେଶ ଜାରି କରାଯାଇଛି। ବଦଳ ବ୍ୟବସ୍ଥା ଅନୁଯାୟୀ ଟଙ୍କାର .ନେଣଦେଣ ହୋଇ ନଥାଏ। ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଲୋକ ଟ୍ରେନ୍‌ରେ ଯାତ୍ରା କରିଥାଆନ୍ତି। ତେବେ ଭାବନ୍ତୁ ତ ଏହି ବ୍ରାଣ୍ଡକୁ କିଭିଳି ଭାବେ ପବ୍ଲିସିଟି ମିଳିବ ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତେବେ ଯଦି କୌଣସି କୋଚିଙ୍ଗ ଡିପୋ ଅଫିସର (ସିଡିଓ)ଙ୍କୁ ଏଭଳି ଅଫର ମିଳେ ତେବେ ସେମାନେ ଏହାକୁ ରେଳବାଇର େଓ୍ଵବସାଇଟ୍‌ରେ ୨୧ଦିନ ପାଇଁ ପ୍ରଦର୍ଶନ କରିବେ। କାରଣ ଏଭଳି ପ୍ରଡକ୍ଟ ପାଇଁ ରୁଚି ରଖୁଥିବା ଅନ୍ୟ ପାର୍ଟିଙ୍କୁ ସମାନ ସୁଯୋଗ ମିଳି ପାରିବ। ଏହି ଅବଧି ଶେଷ ହୋଇଗଲେ ସିଡିଓ ଏକ ପାର୍ଟି ବାଛି ପାରିବେ। ନିର୍ଦ୍ଦେଶରେ ଏହା ବି କୁହାଯାଇଛି କି, ଏହି ଭଳି ବିଜ୍ଞାପନ ପାଇଁ ସିଡିଓ ପ୍ରତ୍ୟେକ ଡିପୋରେ ଦୁଇଟି ଟ୍ରେନ୍‌ ପାଇଁ ତିନିମାସର ଅନୁମତି ଦେଇ ପାରିବ।

publive-image

ଜଣେ ଅଧିକାରୀଙ୍କ କହିବାନୁସାରେ, ପ୍ରାରମ୍ଭିକ ସମୟରେ ସେବା ବଦଳରେ ବସ୍ତୁ ନେବା ଉପରେ ଧ୍ୟାନ କେନ୍ଦ୍ରୀତ କରାଯିବ। କମ୍ପାନି ଟଙ୍କା ସ୍ଥାନରେ ନିଜ ପ୍ରଡକ୍ଟ ଅଫର କରି ପାରିବେ। ଆମେ ତାଙ୍କୁ ଟ୍ରେନ୍‌ରେ ବିଜ୍ଞାପନ ସୁଯୋଗ ଦେବୁ। ପ୍ରତ୍ୟେକ କୋଚର ଟଏଲେଟ ଭିତରେ କିମ୍ବା ଦ୍ୱାର ପାଖରେ ଅତିକମ୍‌ରେ ଚାରିଟି ପ୍ରଡକ୍ଟ କିମ୍ବା ଇକ୍ୟୁପମେଣ୍ଟର ବିଜ୍ଞାପନ ଲଗାଯିବ। ଏହି ପଲିସିର ନିୟମ ଅନୁସାରେ, ବିଜ୍ଞାପନର ଆକାର ଛଅ ଇଞ୍ଚ x ଛଅ ଇଞ୍ଚ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe