ଭାରତରେ ଲାମ୍ବୋରଘିନି ହୁରାକାନ୍‌ ଏସ୍‌ଟିଓ, ମୂଲ୍ୟ ୫ କୋଟି

Advertisment
ଭାରତରେ ଲାମ୍ବୋରଘିନି ହୁରାକାନ୍‌ ଏସ୍‌ଟିଓ, ମୂଲ୍ୟ ୫ କୋଟି

କୋଲକାତା: କାର୍‌ ନିର୍ମାତା ଲାମ୍ବୋରଘିନି ପକ୍ଷରୁ ଭାରତୀୟ ବଜାରରେ ହୁରାକାନ୍ ଏସଟିଓ (ସୁପର୍‌ ଟ୍ରୋଫିଓ ଓମୋଲୋଗାଟା) ନାମକ ସୁପର ସ୍ପୋର୍ଟସ କାର୍‌ର ଉନ୍ମୋଚନ କରାଯାଇଛି। କୋଲକାତାଠାରେ ଆୟୋଜିତ ଏକ ଉତ୍ସବରେ ଏହାର ଅନାବରଣ କରାଯାଇଛି। ‌ଭାରତରେ ଏହି କାର୍‌ର ଏକ୍ସସୋ’ରୁମ୍ ମୂଲ୍ୟ ୪ କୋଟି ୯୯ ଲକ୍ଷ ଟଙ୍କା ରହିଛି। ରେସ୍ କାର୍‌ ଇଞ୍ଜନିୟରିଂ, ଉନ୍ନତମାନର ଏରୋଡାଇନାମିକ୍ସ ଏବଂ ଲାଇଟ୍‌ୱେଟ୍‌ରେ ଏହି କାର ଆସିଛି। ଉକ୍ତ କାର୍‌ର ପାୱାର ୬୪୦ ଏଚ୍‌ପି ଥିବାବେଳେ ଟର୍କ ୫୬୫ ଏନ୍‌ଏମ୍ ଆଟ୍‌ ୬୫୦୦ ଆର୍‌ପିଏମ୍‌ ରହିଛି। ଓଜନ ଏବଂ କ୍ଷମତା ଅନୁପାତ ୨.୦୯ କିଲୋ/ଏଚ୍‌ପି ରହିଛି।

ଉକ୍ତ କାର୍‌ର ସର୍ବାଧିକ ବେଗ ଘଣ୍ଟାପ୍ରତି ୩୧୦ କିମି ରହିଛି। ୩ ସେକେଣ୍ଡ ମଧ୍ୟରେ ଏହାର ବେଗ ୧୦୦ କିମି ଏବଂ ୯ ସେକେଣ୍ଡ ମଧ୍ୟରେ ୨୦୦ କିମିରେ ପହଞ୍ଚି ପାରିବ। ଉନ୍ମୋଚନ ଅବସରରେ ଲାମ୍ବୋରଘିନି ଇଣ୍ଡିଆର ମୁଖ୍ୟ ଶରଦ ଅଗରୱାଲା କହିଛନ୍ତି କମ୍ପାନି ପାଇଁ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ବଜାର ଭାବେ ପରିଗଣିତ ହୋଇ ରହିଛି। ଭାରତରେ କମ୍ପାନି ପାଇଁ ବ୍ୟାପକ ସୁଯୋଗ ରହିଛି। ନୂଆ ଲ‌ାମ୍ବୋରଘିନି ହୁର‌ାକାନ୍ ଏସଟିଓ ଏକ ନୂଆ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe