ମୁମ୍ବାଇ: ଜୁନ ମାସ ଷ୍ଟକ ମାର୍କେଟ ନିବେଶକଙ୍କ ପାଇଁ ଭଲ ନଥିଲା। ଏହି ମାସରେ ସେମାନେ ବିପୁଳ ପରିମାଣର କ୍ଷତି ସହିଛନ୍ତି। ଏହି ମାସରେ ସେନସେକ୍ସ ପାଖାପାଖି ୨୫୦୦ ପଏଣ୍ଟ ବା ୪.୫ ପ୍ରତିଶତ ହ୍ରାସ ପାଇଛି। ଫଳରେ ନିବେଶକମାନେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ସହିଛନ୍ତି। ଜୁନ ୩୦ ତାରିଖରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୨୪୩.୬୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ସେନସେକ୍ସ ଚଳିତମାସରେ ୫୨ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଥିଲା। ଶୁକ୍ରବାର ଉଭୟ ସେନସେକ୍ସ ୫୩,୦୧୮.୯୪ ପଏଣ୍ଟକୁ ଓ ନିଫ୍ଟି ୧୫,୭୮୦.୨୫ ପଏଣ୍ଟକୁ ହ୍ରାସ ପାଇଛି।
ଜୁନ୍ରେ ଷ୍ଟକ୍ ବଜାର ନିବେଶକ ହରାଇଲେ ୧୪ ଲକ୍ଷ କୋଟି
Advertisment
Follow Us