ଲକ୍‌ଡାଉନ୍‌ରେ ଇପିଏଫ୍‌ଓ ସଦସ୍ୟ ଉଠାଇଲେ ୩୯,୪୦୦ କୋଟି

ଇପିଏଫ ପେନ୍‌ସନର୍ସ ସଂଘର ‘ଦିଲ୍ଲୀ ଚଲୋ’ ଅଭିଯାନ

Telugu News - samayam

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟ ଥିବା ବେତନଭୋଗୀ କର୍ମଚାରୀମାନେ ଗତ ମାର୍ଚ୍ଚ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ସେମାନଙ୍କ ଇପିଏଫ୍ ଖାତାରୁ ୩୯,୪୦୦ କୋଟି ଟଙ୍କା ଉଠାଇଛନ୍ତି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଏହି ସୂଚନା ଦିଆଯାଇଛି। ଆଲୋଚ୍ୟ ସମୟରେ ୧୦.୪ ନିୟୁତ ସଦସ୍ୟ ଖାତାରୁ ଟଙ୍କା ଉଠାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୨ ଲକ୍ଷ ଲୋକଙ୍କ ମାସିକ ବେତନ ୧୫ ହଜାର ଟଙ୍କାରୁ କମ୍ ରହିିଛି। କେଉଁ କାରଣ ପାଇଁ ସଦସ୍ୟମାନେ ଟଙ୍କା ଉଠାଇଛନ୍ତି ତାହାର ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ କୋଭିଡ୍-୧୯ ସମ୍ପର୍କିତ ଆବେଦନ ଅଧିକ ରହିଥିଲା ବୋଲି କୁହାଯାଉଛି।

ଇପିଏଫ୍‌ଓ ଖାତାରୁ ଉଠାଯାଇଥିବା ମୋଟ ୩୯, ୪୦୩ କୋଟି ଟଙ୍କା ମଧ୍ୟରୁ କେବଳ ମହାରାଷ୍ଟ୍ର, ତାମିଲନାଡୁ ଓ କର୍ଣ୍ଣାଟକର ସଦସ୍ୟମାନେ ୪୦ ପ୍ରତିଶତ ଟଙ୍କା ଉଠାଇଛନ୍ତି। ମହାରାଷ୍ଟ୍ରର ଇପିଏଫ୍‌ ସଦସ୍ୟମା‌ନେ ୭,୮୭୩ କୋଟି ଟଙ୍କା, କର୍ଣ୍ଣାଟକରେ ୫,୭୪୩ କୋଟି ଟଙ୍କା ଏବଂ ତାମିଲନାଡୁରେ ସଦସ୍ୟମାନେ ୪୯୮୪ କୋଟି ଟଙ୍କା ଉଠାଇଛନ୍ତି। ଦିଲ୍ଲୀ ଓ ତେଲେଙ୍ଗାନାର ଇପିଏଫ୍ ସଦସ୍ୟମାନେ ମିଳିତ ଭାବେ ୫,୫୦୦ କୋଟି ଟଙ୍କା ଉଠାଇଛନ୍ତି। ପ୍ରତିବର୍ଷ ଇପିଏଫ୍‌ଓ ପାଖକୁ ‌ଯେତିକି ଟଙ୍କାର ଅବଦାନ ଆସିିଥାଏ ତାହାର ୩୦ ପ୍ରତିଶତ ରାଶିକୁ ସଦସ୍ୟମାନେ ଉଠାଇ ନେଇଛନ୍ତି। ଗତ ଏପ୍ରିଲ୍‌-ଅଗଷ୍ଟ ମଧ୍ୟରେ ଇପିଏଫ୍‌ଓ ଯେତିକି ଟଙ୍କାର ଦାବି ସମାଧାନ କରିଛି ତାହାର ୫୫ ପ୍ରତିଶତ କୋଭିଡ୍-୧୯ ସମ୍ପର୍କିତ ଦାବି ଥିଲା ବୋଲି ଇପିଏଫ୍ଓ ପକ୍ଷରୁ କୁହାଯାଇଥିଲା। ୩୧ ପ୍ରତିଶତ ଦାବି ଅସୁସ୍ଥତା ସମ୍ପର୍କିତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe