ମାଲକାନଗିରିରେ ପେଟ୍ରୋଲ ୧୧୫, ଡିଜେଲ ୧୧୨ ଟଙ୍କା ଉପରେ

Advertisment

ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ସର୍ବାଧିକ

ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ସର୍ବାଧିକ

ପାକିସ୍ତାନରେ ପେଟ୍ରୋଲ୍‌ ଦାମ୍‌ ୨୮୨ ଟଙ୍କା

The Hans India

ଓଡ଼ିଶାର ଅନ୍ୟସ୍ଥାନଗୁଡ଼ିକ ସହ ତୁଳନା କଲେ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ସବୁଠୁ ଅଧିକ ରହୁଛି। ଭୁବନେଶ୍ବର ତୁଳନାରେ ଏଠାରେ ଦର ଲିଟର ପିଛା ପାଖାପାଖି ୬ ଟଙ୍କା ଅଧିକ। ମାଲକାନଗିରିରେ ଭାରତୀୟ ତୈଳ ନିଗମ ଟାଙ୍କିରେ ଆଜି ‌ପେଟ୍ରୋଲ ଦର ଲିଟର ପିଛା ୧୧୫ ଟଙ୍କା ୫୫ ପଇସା ଛୁଇଁଥିବାବେଳେ ଡିଜେଲ ଦର ଲିଟର ପିଛା ୧୧୨ ଟଙ୍କା ୧ ପଇସାରେ ପହଞ୍ଚିଯାଇଛି। ଉପାନ୍ତ ଅଂଚଳର ଲୋକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲର ଏହି ଅତ୍ୟଧିକ ଦର ଅସହ୍ୟ ହୋଇଛି।

ବିଦେଶରୁ ଆମଦାନି ହେଉଥିବା ଅଶୋଧିତ ତେଲ କିଣିବା, ତାହାକୁ ବିଶୋଧିତ କରିବା ଏବଂ ଶେଷରେ ଗ୍ରାହକଙ୍କ ନିକଟରେ ପହଞ୍ଚା ପାଇଁ ଅନେକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଟିକସ ଆଦାୟ କରିଥାନ୍ତି। ଡିଲରମାନଙ୍କୁ କମିସନ ଦିଆଯାଇଥାଏ। ଗ୍ରାହକଙ୍କ ଠାରୁ କମ୍ପାନି ଗୁଡ଼ିକ ଯେଉଁ ଅର୍ଥ ତେଲ ବାବଦରେ ନେଇଥାନ୍ତି ତାହାର ହିସାବ ଏଠାରେ ଦିଆଯାଇଛି। ଚଳିତମାସ ୧୬ ତାରିଖରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୫ ଟଙ୍କା ୪୯ ପଇସା ଏବଂ ଡିଜେଲ ଦର ୯୪ ଟଙ୍କା ୨୨ ପଇସା ରହିଥିଲା। ତାହାକୁ ବିଚାରକୁ ନିଆଯାଇ ଉକ୍ତ ହିସାବ ଆଇଓସିଏଲ ପକ୍ଷରୁ ଦିଆଯାଇଛି।

publive-image

ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଦର ‌ଦେଶର ସର୍ବାଧିକ ଅର୍ଥାତ୍ ଲିଟର ପିଛା ୧୨୧ ଟଙ୍କା ୨୫ ପଇସା ରହିଛି। ଏଠାରେ ଡିଜେଲ ଦର ଲିଟର ପିଛା ୧୧୨ ଟଙ୍କା ୨୫ ପଇସା ଛୁଇଁଛି। ରାଜସ୍ଥାନର ଉକ୍ତ ‌ସ୍ଥାନରେ ଦର ସର୍ବାଧିକ ରହିଥିଲେ ମଧ୍ୟ ଏହାପଛକୁ ଦ୍ବିତୀୟ ସ୍ଥାନରେ ମଧ୍ୟପ୍ରଦେଶର ଅନୁପୁର ରହିଛି। ଅନୁପୁରରେ ପେଟ୍ରୋଲ ଦର ଲିଟର ପିଛା ୧୨୧ ଟଙ୍କା ୧୩ ପଇସା ଏବଂ ଡିଜେଲ ଦର ୧୧୦ ଟଙ୍କା ୨୯ ପଇସା ଛୁଇଁଛି। ମଧ୍ୟପ୍ରଦେଶର ବାଲାଘାଟ‌ରେ ମଧ୍ୟ ପେଟ୍ରୋଲ ୧୨୦ ଟଙ୍କା ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe