ମେ’ରେ ଜିଏସ୍‌ଟି ସଂଗ୍ରହ କମିଲା

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ବିତୀୟ ଲହରର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଲକ୍‌ଡାଉନ୍ ଭଳି କଟକଣା ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି। ଟିକସ ସଂଗ୍ରହ ଉପର ଏହାର ପ୍ରଭାବ ଦେଖିବାକୁ ମିଳିଛି। ମେ' ମାସରେ ଜିଏସ୍‌ଟି ସଂଗ୍ରହ ୧,୦୨,୭୦୯ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ଏପ୍ରିଲ୍‌ରେ ସର୍ବକାଳୀନ ରେକର୍ଡ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରଠାରୁ କୌଣସି ଗୋଟିଏ ମାସରେ ଏତେ ଅଧିକ ଟିକସ ପୂର୍ବରୁ କେବେ ଆଦାୟ ହୋଇନଥିଲା।

କ୍ରମାଗତ ଅଷ୍ଟମ ମାସ ଲାଗି ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ମେ' ମାସରେ ୭୫୯୨ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୨,୬୫୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୫୩,୧୯୯ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୯୨୬୫ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ସଂଗ୍ରହ ହୋଇଥିବା ଟିକସକୁ ଏଥିପାଇଁ ବିଚାରକୁ ନିଆଯାଇଛି। ଅବଶ୍ୟ ଗତବର୍ଷ ମେ' ତୁଳନାରେ ଟିକସ ସଂଗ୍ରହ ୬୫% ଅଧିକ ରହିଛି। ଆମଦାନି ସାମଗ୍ରୀରୁ ଜିଏସ୍‌ଟି ସଂଗ୍ରହ ୫୬% ବଢ଼ିଥିବା ବେଳେ ଦେଶ ଭିତର କାରବାର ଉପରୁ ଟିକସ ସଂଗ୍ରହ ୬୯% ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe