ମେ’ରେ ୯୯୩ କୋଟିର ଭାଟ୍‌ ଆୟ: ପେଟ୍ରୋଲିୟମ୍‌ରୁ ୮୦୩ କୋଟି, ମଦରୁ ୧୮୯ କୋଟି

Advertisment
ଶ୍ରୀଲଙ୍କାରେ ପେଟ୍ରୋଲ୍‌, ଡିଜେଲ୍‌ର ଘୋର ଅଭାବ: ୧୫ ଦିନ ଘରୁ କାମ କରିବେ କର୍ମଚାରୀ

India TV

ଭୁବନେଶ୍ବର: ମେ’ମାସରେ ରାଜ୍ୟ ସରକାର ୯୯୩.୧୧ କୋଟି ଟଙ୍କାର ମୂଲ୍ୟ ଯୁକ୍ତ ଟିକସ (ଭାଟ୍) ସଂଗ୍ରହ କରିଛନ୍ତି ଯାହା ୨୦୨୧ ମେ’ରେ ହୋଇଥିବା ୭୯୪.୮୮ କୋଟି ଟଙ୍କା ତୁଳନାରେ ୨୫% ଅଧିକ। ପେଟ୍ରୋଲ୍ ଓ ଡିଜେଲ୍‌ ଭଳି ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ୮୦୩.୬୯ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଛି ଯାହା ଗତବର୍ଷ ତୁଳନାରେ ୨୦.୩୮% ଅଧିକ। ସେହିପରି, ମଦ ବିକ୍ରିରୁ ୪୮.୧% ବୃଦ୍ଧି ସହ ୧୮୯.୪୧ କୋଟି ଟଙ୍କା ଭାଟ୍‌ ସଂଗ୍ରହ କରାଯାଇଛି। ୨୦୨୧ ମେ’ରେ ପେଟ୍ରୋଲିୟମ୍ ସାମଗ୍ରୀରୁ ୬୬୭.୬୦ କୋଟି ଟଙ୍କା ଓ ମଦରୁ ୧୨୭.୨୮ କୋଟି ଟଙ୍କାର ଭାଟ୍ ସଂଗ୍ରହ କରାଯାଇଥିଲା। ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ଜାରି କରିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମେ’ରେ ରାଜ୍ୟରେ ୩,୯୯୫.୭୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି ଯାହା ୨୦୨୧ ମେ’ରେ ହୋଇଥିବା ୩୧୯୬.୭୫ କୋଟି ଟଙ୍କାର ସଂଗ୍ରହ ତୁଳନାରେ ୨୪% ଅଧିକ। ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି) ସଂଗ୍ରହ ୪୧.୮୯% ବୃଦ୍ଧି ପାଇ ୧୧୭୪.୦୨ କୋଟି ଟଙ୍କା, କେନ୍ଦ୍ରୀୟ ଜିଏସ୍‌ଟି ୪୨% ବୃଦ୍ଧି ପାଇ ୯୭୮.୨୫ କୋଟି ଟଙ୍କା ଓ ସମନ୍ବିତ ଜିଏସ୍‌ଟି ୦.୯୯% ବୃଦ୍ଧି ପାଇ ୧୧୦୫.୫୧ କୋଟି ଟଙ୍କା ଓ ସେସ୍ ସଂଗ୍ରହ ୧୯% ବୃଦ୍ଧି ପାଇ ୬୮୭.୯୭ କୋଟି ଟଙ୍କା ହୋଇଛି। ଚଳିତ ବର୍ଷ ମେ’ରେ ପ୍ରଫେସନାଲ୍ ଟ୍ୟାକ୍ସ ସଂଗ୍ରହ ୩୫.୫୨ ପ୍ରତିଶତ ବୃଦ୍ଧି ପାଇ ୨୩.୩୧ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ଏହି ମାସରେ ୧୭.୨୦ କୋଟି ଟଙ୍କା ଥିଲା।

ଏହି ଅବସରରେ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନର ସୁଶିଲ କୁମାର ଲୋହାନି କହିଛନ୍ତି ଯେ ୯୦% ରିଟର୍ଣ୍ଣ ଦାଖଲ ନିଶ୍ଚିତ କରିବାକୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରତି କ୍ଷେତ୍ର ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଏବଂ ଟିକସ ଠକେଇ କରୁଥିବା ଟିକସଦାତାଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଟିକସ ଆଦାୟ କରିବା ଲାଗି ଉଦ୍ୟମ କରିବା ଏବଂ ରିଅଲ ଇଷ୍ଟେଟ୍‌, ଲଘୁ ଖଣିଜ ଓ ଟ୍ରେଡିଂ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବାକୁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି। ଟିକସଦାତାଙ୍କ ସମସ୍ୟାର ତ୍ବରିତ ସମାଧାନ ଲାଗି ୫-ଟି ନୀତିକୁ ପାଳନ କରିବାକୁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୭୭୩୯ ନୂଆ ଟିକସଦାତା ସୃଷ୍ଟି ହୋଇଛନ୍ତି। ଚଳିତ ବର୍ଷ ମେ’ ମାସରେ ୧୭.୨୬ ଲକ୍ଷ ଇ ୱେ-ବିଲ୍ ସୃଷ୍ଟି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe