ପାକିସ୍ତାନରେ ୧ ଡଲାର ଦାମ୍‌ ୨୬୨ ଟଙ୍କା

Advertisment
ଟଙ୍କା ମୂଲ୍ୟରେ ସୁଧାର

Image: PTC News

କରାଚି: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଟଙ୍କା ଆମେରିକୀୟ ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଡଲାର ଏତେ ମହଙ୍ଗା ହୋଇଯାଇଛି ଯେ ଗୋଟିଏ ଡଲାର କିଣିବା ଲାଗି ୨୬୨ ପାକିସ୍ତାନୀ ଟଙ୍କା ଗଣିବାକୁ ପଡ଼ୁଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ଠାରୁ ଋଣ ସହାୟତା ପାଇବା ଲାଗି ମୁଦ୍ରାର ବିନିମୟ ମୂଲ୍ୟ ଉପରେ ଲଗାଯାଇଥିବା କଟକଣାକୁ ହଟାଇବା ପରେ ପାକିସ୍ତାନୀ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଋଣ ଦେବା ପୂର୍ବରୁ ଆଇଏମ୍ଏଫ୍ କଠୋର ସର୍ତ୍ତ ରଖିଛି ଯାହାକୁ ଗ୍ରହଣ କରିବା ପାକିସ୍ତାନ ସରକାରଙ୍କ ଲାଗି କଷ୍ଟକର ହେଉଛି। ‌ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ୧୭ ପ୍ରତିଶତ ଟିକସ ଲଗାଇବାକୁ ଆଇଏମ୍‌ଏଫ୍‌ ଜିଦ୍‌ ଧରିଛି। ଏହି ଦାବିକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe