ଗ୍ରାମାଞ୍ଚଳରେ ପରିବାର ପିଛା ଋଣ ୬୦ ହଜାର: ସହରାଞ୍ଚଳରେ ୧ ଲକ୍ଷ ୨୦ ହଜାର

Advertisment
ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ ପରିବାର ପିଛା ଋଣ ରାଶି ପ୍ରାୟ ୬୦ ହଜାର ଟଙ୍କା ରହିଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପରିବାର ପିଛା ଋଣ ୧ ଲକ୍ଷ ୨୦ ହଜାର ଟଙ୍କା ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ପରିବାର ମୁଣ୍ଡରେ ଋଣ ରହିଥିବାବେଳେ ସହରାଞ୍ଚଳରେ ୨୨ ପ୍ରତିଶତ ପରିବାର ମୁଣ୍ଡରେ ଋଣ ବୋଝ ରହିଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଦେଶର ଗ୍ରାମାଞ୍ଚଳରେ ଚା‌ଷୀ ପରିବାର ପିଛା ଋଣ ପରିମାଣ ୭୪୪୬୦ ଟଙ୍କା ରହିଥିବାବେଳେ ଅଣଚାଷୀ ପରିବାର ପିଛା ଋଣ ପରିମାଣ ୪୦୪୩୨ ଟଙ୍କା ରହିଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ଆତ୍ମନିଯୁକ୍ତ ପରିବାରରେ ଋଣବୋଝ ୧.୮ ଲକ୍ଷ ଟଙ୍କା ରହିଥିବାବେଳେ ଅନ୍ୟ ପରିବାରଗୁଡ଼ିକ ପାଇଁ ଏହା ହାରାହାରି ୯୯୩୫୩ ଟଙ୍କା ରହିଛି।

ଗ୍ରାମାଞ୍ଚଳର ଲୋକମାନଙ୍କ ଉପରେ ଯେଉଁ ଆର୍ଥିକ ଋଣ ବୋଝ ରହିଛି ସେଥିରୁ ୩୪ ପ୍ରତିଶତ ଋଣ ଅଣ ଆନୁଷ୍ଠାନିକ ଋଣ ପ୍ରଦାନକାରୀଙ୍କ ଠାରୁ ଆସିଛି। କିନ୍ତୁ ଅନ୍ୟପକ୍ଷରେ ସହଞ୍ଚଳରେ ଅଣ ଋଣ ପ୍ରଦାନକାରୀ ସଂସ୍ଥା ଗୁଡ଼ିକଠାରୁ ମାତ୍ର ୧୩ ପ୍ରତିଶତ ଋଣ ଆସିଛି। ଅର୍ଥାତ୍ ୮୭ ପ୍ରତିଶତ ଋଣ ଆନୁଷ୍ଠାନିକ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ଆସିଛି।
ଗ୍ରାମାଞ୍ଚଳରେ ଚାଷୀ ପରିବାରଗୁଡ଼ିକ ନିକଟରେ ସଂପତ୍ତି ପରିମାଣ ୨୨ ଲକ୍ଷ ଟଙ୍କାର ହୋଇଥିବାବେଳେ ଅଣ ଚାଷୀ ପରିବାରଗୁଡ଼ିକ ନିକଟରେ ସଂପତ୍ତି ପରିମାଣ ୭.୮ ଲକ୍ଷ ଟଙ୍କା ରହିଥିବା ଦର୍ଶାଯାଇଛି। ସେହିଭଳି ସହରାଞ୍ଚଳର ଆତ୍ମନିଯୁକ୍ତ ପରିବାରଗୁଡିକର ହାରାହାରି ସଂପତ୍ତି ୪୧.୫ ଲକ୍ଷ ଟଙ୍କା ହୋଇଥିବା ଅନ୍ୟ ପରିବାରଗୁଡ଼ିକର ହାରାହାରି ସଂପତ୍ତି ରାଶି ୨୨.୧ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe