୬ ବର୍ଷରେ ପେଟ୍ରୋଲ୍‌ରେ ଉତ୍ପାଦନ ଶୁଳ୍କ ୮୮% ବୃଦ୍ଧି

Advertisment
ପେଟ୍ରୋଲ ପମ୍ପ ବନ୍ଦ କରିପାରିବେନି ଘରୋଇ କମ୍ପାନି, ‌ପେଟ୍ରୋଲିୟମ ମନ୍ତ୍ରାଳୟ ଲଗାଇଲା ଲଗାମ

GoNewsIndia

ନୂଆଦିଲ୍ଲୀ: ବିଗତ ଛଅ ବର୍ଷ ଭିତରେ ପେଟ୍ରୋଲ୍‌ରେ ଉତ୍ପାଦନ ଶୁଳ୍କ ୮୮% ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ରେ ୨୦୯% ବୃଦ୍ଧି ପାଇଛି। ବର୍ତ୍ତମାନ ଏକ ଲିଟର ପେଟ୍ରୋଲ୍‌ରୁ ୩୨ ଟଙ୍କା ୯୦ ପଇସାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ସଂଗ୍ରହ କରାଯାଉଛି। ୨୦୧୫ ଜୁଲାଇ ୧ରେ ଏହି ଟିକସ ପରିମାଣ ଥିଲା ୧୭ ଟଙ୍କା ୪୬ ପଇସା। ଛଅ ବର୍ଷ ଭିତରେ ସେଥିରେ ପ୍ରାୟ ଦୁଇ ଗୁଣା ବୃଦ୍ଧି ଘଟିଛି। ସେହିପରି, ଡିଜେଲ୍‌ରେ ବର୍ତ୍ତମାନ ଲିଟର ପିଛା ୩୧ ଟଙ୍କା ୮୦ ପଇସାର ଉତ୍ପାଦନ ଶୁଳ୍କ ଲାଗୁ କରାଯାଇଛି। ୨୦୧୫ ଜୁଲାଇ ୧ରେ ଡିଜେଲ୍‌ରୁ କେନ୍ଦ୍ର ସରକାର ଲିଟର ପିଛା ୧୦ ଟଙ୍କା ୨୬ ପଇସାର ଟିକସ ସଂଗ୍ରହ କରୁଥିଲେ। ଇତି ମଧ୍ୟରେ ଏହି ଟିକସ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି।

ଏବେ ସାରା ଦେଶରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ସମସ୍ତ ଚାରି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ପେଟ୍ରୋଲ୍ ଦାମ୍ କେବେ ଠାରୁ ୧୦୦ ଟଙ୍କାରୁ ଅଧିକ ହୋଇସାରିଛି। ଅଣ ମେଟ୍ରୋ ସହରଗୁଡ଼ିକରେ ପେଟ୍ରୋଲ୍ ଦାମ୍ ୯୦-୯୮ ଟଙ୍କା ଭଳି ସ୍ତରରେ ରହିଛି। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପେଟ୍ରୋଲ୍ ଦାମ୍ ବହୁ ଦିନରୁ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଗ୍ରାହକଙ୍କ ପାଇଁ ଆଶ୍ବସ୍ତିର ଖବର ହେଉଛି ଗତ ୮ ଦିନ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି। କିନ୍ତୁ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ତଳକୁ ହ୍ରାସ ପାଉନାହିଁ। ଟିକସ ଭାଗ ନକମିବା ପର୍ଯ୍ୟନ୍ତ ଦାମ୍ ଏଭଳି ଉଚ୍ଚ ସ୍ତରରେ ରହିବା ଏକ ପ୍ରକାର ନିଶ୍ଚିତ। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୨୦-୩୦ ଡଲାର ଭଳି ନିମ୍ନ ସ୍ତରକୁ ହ୍ରାସ ପାଇଥିଲା।

ସେହି ସମୟରେ ଦରରେ ହୋଇଥିବାର ହ୍ରାସର ଲାଭ ଗ୍ରାହକଙ୍କୁ ଦେବା ବଦଳରେ ସରକାର ଟିକସ ବଢ଼ାଇ ଦେଇଥିଲେ। ଯଦିଓ ସେହି ସମୟରେ ଗ୍ରାହକଙ୍କ ଉପରେ ଟିକସ ବୋଝ ପଡ଼ିନଥିଲା, କିନ୍ତୁ ଏବେ ସେମାନଙ୍କୁ ଟିକସ ବୋଝ ‌ମୁଣ୍ଡାଇବାକୁ ପଡ଼ୁଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୫ ଡଲାର ପାଖାପାଖି ପହଞ୍ଚିଯାଇଥିଲେ ମଧ୍ୟ ଗତବର୍ଷ ଟିକସରେ ଯେଉଁ ବୃଦ୍ଧି କରାଯାଇଥିଲା ସରକାର ତାହାକୁ ପ୍ରତ୍ୟାହାର କରୁନାହାନ୍ତି। ବିକାଶମୂଳକ କାର୍ଯ୍ୟ ଲାଗି ପାଣ୍ଠି ଯୋଗାଡ଼ କରିବା ନିମନ୍ତେ ତୈଳ ଟିକସକୁ ଏକ ମାଧ୍ୟମ ଭାବେ ସରକାର ବିଚାର କରୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସଂସଦରେ ତଥ୍ୟ ରଖିସାରିଛନ୍ତି। ଯେତେ‌ ଦିନ ପର୍ଯ୍ୟନ୍ତ ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ନହୋଇଛି ସେତେ‌ଦିନ ପର୍ଯ୍ୟନ୍ତ ତେଲ ଦର ହ୍ରାସ ପାଇବାର କମ୍ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe