ଶ୍ରୀଲଙ୍କାରେ ଦିନକରେ ପେଟ୍ରୋଲ୍‌ ସରିଯିବ

ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

The Hans India

ନୂଆଦିଲ୍ଲୀ : ଶ୍ରୀଲଙ୍କାର ଅର୍ଥନୀତି ଏବେ ଅତି ବିପଜ୍ଜନକ ସ୍ଥିତିରେ ଅଛି। ଆମ ପାଖରେ ଥିବା ପେଟ୍ରୋଲ ଦିନକରେ ସରିଯିବ। ତେଲ ମଗାଇବା ଲାଗି ଆମ ପାଖରେ ଆବଶ୍ୟକ ବିଦେଶୀ ମୁଦ୍ରା ବା ଡଲାର ନାହିଁ। ମେ’ ମାସରେ ୧.୪ ନିୟୁତ ପ୍ରଶାସନିକ ସେବା ଅଧିକାରୀଙ୍କୁ ଦରମା ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ ଅଧିକ ମୁଦ୍ରା ଛାପିବା ଶେଷ ପନ୍ଥା ବୋଲି ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘ ଆଜି ଦେଶବାସୀଙ୍କୁ ଟିଭିରେ ଉଦ୍‌ବୋଧନ ଦେଇ କହିଛନ୍ତି। ସେ କହିଛନ୍ତି, ଇଚ୍ଛା ନଥିଲେ ମଧ୍ୟ ମୁଁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପାଇଁ ଏବଂ କର୍ମଚାରୀଙ୍କୁ ଦରମା ଦେବାପାଇଁ ମୁଦ୍ରା ଛପାଇବା ପାଇଁ ବାଧ୍ୟ ହେଉଛି। ଆଗକୁ ବିଦ୍ୟୁତ୍‌ ଏବଂ ତୈଳ ଦର ଆହୁରି ବଢ଼ିବ ଏବଂ ଆଗକୁ ଦୈନିକ ବିଦ୍ୟୁତ କାଟ ସମୟ ୧୫ ଘଣ୍ଟାକୁ ବୃଦ୍ଧି ପାଇବାର ଆଶଙ୍କା ଥିବା ମଧ୍ୟ ସେ କହିଛନ୍ତି। ତେବେ ଆସନ୍ତା କିଛି ଦିନ ମଧ୍ୟରେ ଭାରତ ଶ୍ରୀଲଙ୍କାକୁ ରିଲିଫ୍‌ ଭାବେ ପେଟ୍ରୋଲ ଏବଂ ଡିଜେଲ ଦେବ ବୋଲି ସେ ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି।

ସେ ନିଜ ପ୍ରଥମ ଟେଲିଭିଜନ ଉଦ୍‌ବୋଧନରେ କହିଛନ୍ତି, ସଙ୍କଟଗ୍ରସ୍ତ ଦେଶକୁ ସୁରକ୍ଷା‌ ଦେବା ତାଙ୍କର ମୂଳ ଲକ୍ଷ୍ୟ। କିନ୍ତୁ ଆଗାମୀ କିଛି ମାସ ଆମ ଜୀବନର ସବୁଠୁ ଜଟିଳ ସମୟ ହେବ। କିଛି ତ୍ୟାଗ କରିବା ପାଇଁ ଏବଂ କିଛି ଚ୍ୟାଲେଞ୍ଜ ସାମ୍ନା କରିବାପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବିକ୍ରମସିଂଘେ କହିଛନ୍ତି। ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ କହିଛନ୍ତି ଯେ ୧୪ ପ୍ରକାର ଅତ୍ୟାବଶ୍ୟକ ଔଷଧର ଘୋର ଅଭାବ ରହିଛି। ଆଗାମୀ କିଛି ଦିନ ପାଇଁ ଦରଦାମ୍ ସ୍ଥିତି ଉଚ୍ଚ ସ୍ତରରେ ରହିବ। ଆମକୁ ଅଧିକ ମୁଦ୍ରା ହିଁ ଛପାଇବାକୁ ପଡ଼ିବ। ୨୦୧୯ ନଭେମ୍ବରରେ ଶ୍ରୀଲଙ୍କା ପାଖରେ ୭୫୦ କୋଟି ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ଥିଲା। ଏବେ ସେହି ଭଣ୍ଡାରରେ ମାତ୍ର ୧ ନିୟୁତ ଡଲାର ମୁଦ୍ରା ରହିଛି। ଗ୍ୟାସ ଆମଦାନି କରିବା ପାଇଁ ଦରକାର ହେଉଥିବା ୫ ନିୟୁତ ଡଲାର ଯୋଗାଡ଼ କରିବାକୁ ଶ୍ରୀଲଙ୍କାର ଅର୍ଥ ମନ୍ତ୍ରଣାଳୟ ସଂଘର୍ଷ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe