ଧନୀଙ୍କ ଭିଡ଼ରେ ନୂଆ ମୁହଁ ଫାଲ୍‌ଗୁନି

Advertisment
ଧନୀଙ୍କ ଭିଡ଼ରେ ନୂଆ ମୁହଁ ଫାଲ୍‌ଗୁନି

ନୂଆଦିଲ୍ଲୀ: ଧନୀମାନଙ୍କ ଭିଡ଼ ଭିତରେ ଏକ ନୂଆ ମୁହଁ ଦେଖିବାକୁ ମିଳିଛି। ସେ ହେଉଛନ୍ତି ନାଏକାର ପ୍ରତିଷ୍ଠାତା ଓ ସିଇଓ ଫାଲ୍‌ଗୁନି ନାୟାର। ଗତବର୍ଷ ତାଙ୍କ କଂପାନି ଆଇପିଓ ଜରିଆରେ ଷ୍ଟକ ବଜାରରେ ପ୍ରବେଶ କରିବା ସହ ହଇଚଇ ସୃ‌ଷ୍ଟି କରିଥିଲା। ହୁରୁନ ଜାରି କରିଥିବା ଧନୀମାନଙ୍କ ତାଲିକାରେ ନୂଆ ଚେହେରା ହେଉଛନ୍ତି ଫାଲ୍‌ଗୁନି। ତାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୫୦୦ କୋଟି ଡଲାର ରହିଛି। ଇନଭେଷ୍ଟମେଣ୍ଟ୍‌ ବ୍ୟାଙ୍କର ଭାବେ କାର୍ଯ୍ୟ କରିଥିବା ଫାଲ୍‌ଗୁନି ନିଜ ଚାକିରି ଛାଡ଼ି ୨୦୧୨ରେ ନାଏକା ଆରମ୍ଭ କରିଥିଲେ। ଆମେରିକାର ନିବେଶକ ସଂସ୍ଥା ଟିପିଜି ଗ୍ରୋଥ୍‌ ଓ କୋଟିପତି ଧନୀ ହର୍ଷ ମାରିୱାଲା ଓ ହ୍ୟାରି ବାଙ୍ଗାଙ୍କ ଠାରୁ ପାଣ୍ଠି ପାଇବା ପରେ ସେ ନାଏକା ବ୍ୟବସାୟକୁ ଉଚ୍ଚ ସୋପାନରେ ପହଞ୍ଚାଇପାରିଛନ୍ତି। ତାଙ୍କ ସଂସ୍ଥାରେ ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍ ମଧ୍ୟ ନିବେଶ କରିଛନ୍ତି।

କଂପାନି ଅନଲାଇନ୍ ଓ ଏହାର ଷ୍ଟୋର୍‌ ମାଧ୍ୟମରେ ୧,୩୫୦ରୁ ଅଧିକ ସୌନ୍ଦର୍ଯ୍ୟ ସାମଗ୍ରୀ ବିକ୍ରି କରୁଛି। କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟ ଦୁନିଆରେ ଅପରିଚିତ ଥିବା ଫାଲ୍‌ଗୁନି ଆଜି ଉଦ୍ୟୋଗୀ ହେବାକୁ ଅଭିଳାଷ ରଖିଥିବା ବହୁ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ। ପେଟିଏମ୍‌ର ମୁଖ୍ୟ ବିଜୟ ଶେଖର ଶର୍ମାଙ୍କ ସମ୍ପତ୍ତି ତୁଳନାରେ ତାଙ୍କ ପାଖରେ ୫ ଗୁଣା ଅଧିକ ସମ୍ପତ୍ତି ରହିଛି। ନିଜ ଦମ୍‌ରେ ଦେଶରେ ଯେଉଁ କିଛି ମହିଳା ଉଦ୍ୟୋଗ ଜଗତର ଶୀର୍ଷସ୍ଥାନରେ ପହଞ୍ଚିପାରିଛନ୍ତି, ସେମାନଙ୍କ ମଧ୍ୟରୁ ଫାଲ୍‌ଗୁନି ହେଉଛନ୍ତି ଅନ୍ୟତମ। ଏବେ ସେ ବହୁ ମହିଳା ଉଦ୍ୟୋଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ନିଜ ସଂସ୍ଥା ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe