୨ ଦିନରେ ପେଟ୍ରୋଲ ଦ‌ାମ୍‌ ୭୫ ପଇସା ବଢ଼ିଲା

Advertisment
୨ ଦିନରେ ପେଟ୍ରୋଲ ଦ‌ାମ୍‌ ୭୫ ପଇସା ବଢ଼ିଲା

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଦର ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଦର ୨୭ ପଇସା ବଢ଼ିଛି। ଫଳରେ ଏହି ଦର ଯଥାକ୍ରମେ ୮୫ ଟଙ୍କା ୩୬ ପଇସା ଏବଂ ୮୧ ଟଙ୍କା ୫୮ ପଇସାରେ ପହଞ୍ଚି ନୂଆ ରେକର୍ଡ କରିଛି। ପୂର୍ବରୁ ଗତ ୬ ତାରିଖରେ ପେଟ୍ରୋଲ ଦର ବଢ଼ିବା ପରେ ଏଥିରେ କିଛିଦିନର ବିରାମ ଲାଗିଥିଲା। କିନ୍ତୁ ଗତ ଦୁଇ ଦିନରେ ପେଟ୍ରୋଲ ଲିଟର ପିଛା ୭୫ ପଇସା ଏବଂ ଡିଜେଲ ଲିଟର ପିଛା ୮୪ ପଇସା ମହଙ୍ଗା ହୋଇଯାଇଛି। ଅନ୍ତର୍ଜାତୀୟ ବଜାରରେ ‌ଅଶୋଧିତ ତେଲ ଦର ବୃଦ୍ଧି ପାଉଛି। କରୋନା ପ୍ରଭାବିତ ବିଶ୍ବ ଅର୍ଥନୀତିରେ ସୁଧାର ଆସୁଥିବା କାରଣରୁ ତେଲ ଚାହିଦା ବଢ଼ିଛି। ଏଥିଯୋଗୁ ଅଶୋଧିତ ତେଲ ଦର ବୁଧବାର ବ୍ୟାରେଲ ପିଛା ୫୭ ଡଲାର ଟପିଛି। ଏହାର ପ୍ରଭାବ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ପଡ଼ୁଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଉପରୁ ବିପୁଳ ମାତ୍ରାରେ ଟିକସ ଆଦାୟ କରୁଛନ୍ତି। ଏହାକୁ ହ୍ରାସ କରିଲେ ତେଲ ଦର କମନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe