Hindustan Times Auto News
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଆହ୍ବାନ ଦେଉଥିଲେ ମଧ୍ୟ ଏଭଳି ଧରଣର ଗାଡ଼ି ବିକ୍ରି ଦେଶରେ ନଗଣ୍ୟ ସ୍ତରରେ ରହିଛି। ଏହାର ପ୍ରମୁଖ କାରଣ ହେଉଛି ଇଲେକ୍ଟ୍ରିକ୍ ଗାଡ଼ିର ଚଢ଼ା ଦାମ୍। ଗାଡ଼ି କିଣିବା ଲାଗି ଲୋକମାନେ ରଖିଥିବା ବଜେଟ୍ ଠାରୁ ଦାମ୍ ବହୁ ଗୁଣ ଅଧିକ ରହୁଛି। ବିଶେଷ କରି ଇଲେକ୍ଟ୍ରିକ୍ କାର୍ ଦାମ୍ ଅତ୍ୟଧିକ ରହିଛି। ଏ ସମ୍ପର୍କରେ ମତ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଭାରତରେ ଆଉ ଗୋଟିଏ ବିପ୍ଳବ ଦରକାର। ଏହା ପରେ ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ସହ ସମାନ ଦାମ୍ରେ ଇଲେକ୍ଟ୍ରିକ୍ ଗାଡ଼ି ମିଳିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବା ଗାଡ଼ି ଯେଉଁ ଦାମ୍ରେ ମିଳୁଛି ଇଲେକ୍ଟ୍ରିକ୍ ଗାଡ଼ି ସେହି ଦାମ୍ରେ ମିଳିବ। ଗଡ଼କରୀ କହିଛନ୍ତି ଯେ ଦେଶରେ ଅଧିକରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି। ୨୦୨୩ ସୁଦ୍ଧା ଜାତୀୟ ରାଜପଥ ପାର୍ଶ୍ବରେ ୬୦୦ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରାଯିବ। ସେହି ଚାର୍ଜିଂ ପଏଣ୍ଟ୍ଗୁଡ଼ିକ ଯେଭଳି ସୌର କିମ୍ବା ପବନ ଶକ୍ତି ଦ୍ବାରା ପରିଚାଳିତ ହେବ ତାହା ନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।
Follow Us