ମାସକୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଛନ୍ତି ଭିକାରି

Advertisment

ଅନେକ ଭିକାରି ମାସକୁ ପାଖାପାଖି ୯୦ହଜାରରୁ ୧ଲକ୍ଷ ଟଙ୍କା ଅର୍ଥାତ ବର୍ଷକୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିକମାଗି ସଂଗ୍ରହ କରିଥିବା ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି।

ଅନେକ ଭିକାରି ମାସକୁ ପାଖାପାଖି ୯୦ହଜାରରୁ ୧ଲକ୍ଷ ଟଙ୍କା ଅର୍ଥାତ ବର୍ଷକୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିକମାଗି ସଂଗ୍ରହ କରିଥିବା ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି।

କ୍ଢ଼

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର ଭିକାରିମାନଙ୍କ ରୋଜଗାରର ଆସିଥିବା ଏକ ରିପୋର୍ଟ ସମସ୍ତଙ୍କୁ ଚକିତ କରି ଦେଇଛି। ଏମିତି କି ଅନେକ ଭିକାରିଙ୍କ ପାଖରୁ ସ୍ମାର୍ଟଫୋନ ଓ ପାନକାର୍ଡ ଥିବା  ଭିକାରିଙ୍କୁ ଧରିବା ପାଇଁ ଚାଲିଥିବା ଅଭିଯାନ ଓ ସର୍ଭେ ଜରିଆରେ ସାମ୍ନାକୁ ଆସିଛି। ଏଥିମଧ୍ୟରେ ଅନେକ ଭିକାରି ମାସକୁ ପାଖାପାଖି ୯୦ହଜାରରୁ ୧ଲକ୍ଷ ଟଙ୍କା ଅର୍ଥାତ ବର୍ଷକୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିକମାଗି ସଂଗ୍ରହ କରିଥିବା ଜଣାପଡ଼ିଛି।। ସର୍ଭେରୁ ଜଣାପଡ଼ିଛି ଲକ୍ଷ୍ମୌରେ ପାଖାପାଖି ୫୩୧୨ଜଣ ଭିକାରି ଅଛନ୍ତି। 

ସୂଚନାଯୋଗ୍ୟ, ଲକ୍ଷ୍ମୌରେ ଭିକାରିଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସାମାଜ କଲ୍ୟାଣ ବିଭାଗ ସର୍ଭେ କରୁଛି। ଲକ୍ଷ୍ମୌ ନଗରନିଗମ, ସମାଜ କଲ୍ୟାଣ ବିଭାଗ ଓ ଡୁଡା କରିଥିବା ସର୍ଭେରେ ୫୩୧୨ଜଣ ଏପରି ଭିକାରି ସାମ୍ନାକୁ ଆସିଛନ୍ତି ଯାହାଙ୍କ ମାସକୁ ରୋଜଗାର କୌଣସି  ଭଲ ଚାକିରିଆଙ୍କ ଠାରୁ କମ ନୁହେଁ। ଅନ୍ତସତ୍ତ୍ବା ମହିଳା ବା ଛୋଟପିଲାଙ୍କୁ ଧରି ଭିକମାଗୁଥିବା ଭିକାରିଙ୍କ ଟଙ୍କା ଅନ୍ୟ ଭିକାରିଙ୍କ ଠାରୁ ଅଧିକ ଥାଏ। ଏମାନେ ପ୍ରତିଦିନ ଲୋକଙ୍କୁ ଠାରୁ ଭିକମାଗି ୩ରୁ୪ ହଜାର ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିଥାଆନ୍ତି। ସେହିପରି ବୃଦ୍ଧ ଓ ଛୋଟପିଲାମାନେ ଦିନକୁ ଦେଢ଼ ଓ ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରି ପାରନ୍ତି। 

ପରିଯୋଜନା ଅଧିକାରୀ ସୌରଭ ତ୍ରିପାଠୀ କହିଛନ୍ତି, ‘ଅନେକ ଦିନ ହେବ ବୃଦ୍ଧି ପାଉଥିବା ଭିକାରିଙ୍କ ସଂଖ୍ୟାକୁ ନେଇ ସର୍ଭେ କରାଯାଉଛି। ଲକ୍ଷ୍ମୌରେ ପ୍ରତିଦିନ ଲୋକ ପାଖାପାଖି ୬୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିକ ଆକାରରେ ଦାନ କରିଥାଆନ୍ତି। ’

ଅଧିକପଢ଼ନ୍ତୁ:https://sambad.in/india-and-beyond/bishnoi-gang-many-shooters-arrested-7354847

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe