ନୂଆଦିଲ୍ଲୀ: ଆୟକର ବିଭାଗର କର୍ମଚାରୀଙ୍କ କ୍ୟାଡର ପୁନର୍ବିନ୍ୟାସ ଓ ପୁନର୍ଗଠନ କରାଯିବ। ଦେଶରେ ଏକ ଯତ୍ନଶୀଳ କିନ୍ତୁ କଡ଼ାକଡ଼ି ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥା ପ୍ରଚଳନ ପାଇଁ ଏହା କରାଯିବ। ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ସିବିଡିଟି ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ୧୨ ଜଣିଆ କମିଟି ଗତ ସୋମବାର ଗଠନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଅବସ୍ଥାପିତ ଆୟକର ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ ଏସ. କେ. ଦାଶ ଏହି କମିଟିର ଅଧ୍ୟକ୍ଷ ରହିବେ।
ଆୟକର ବିଭାଗ କ୍ୟାଡର୍ ପୁନର୍ଗଠନ ପାଇଁ କମିଟି
Advertisment
Follow Us