ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ଆୟକର ରିଫଣ୍ଡ୍‌ ଶୀଘ୍ର ଦିଆଯିବ

Advertisment
୧୯% ଟିକସଦାତା ସରକାରୀ ଚାକିରିଆ, ପେନ୍‌ସନ୍‌ଭୋଗୀ

HDFC Life

ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରଭାବରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ଟିକସଦାତାମାନଙ୍କୁ କିଛିଟା ଆଶ୍ବସ୍ତି ପ୍ରଦାନ କରିବା ଲାଗି ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଫଣ୍ଡ୍‌କୁ ଶୀଘ୍ର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୧୩ ଲକ୍ଷ ଟିକସଦାତା ଉପକୃତ ହେବେ। ଏହା ବ୍ୟତୀତ ବକେୟା ଥିବା ଜିଏସ୍‌ଟି ଓ ସୀମା ଶୁଳ୍କ ରିଫଣ୍ଡ୍‌କୁ ମଧ୍ୟ ତୁରନ୍ତ ଦିଆଯିବ ବୋଲି ସରକାର କହିଛନ୍ତି। ଏହା ଦ୍ବାରା ଏକ ଲକ୍ଷ ବ୍ୟବସାୟୀ ଲାଭବାନ ହେବେ। ରିଫଣ୍ଡ୍‌ ଆକାରରେ ମୋଟ ୧୮ ହଜାର କୋଟି ଟଙ୍କା ଦିଆଯିବ।

କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ ଦେଶରେ ୨୧ ଦିନ ଲକ୍‌ଡାଉନ୍ ଘୋଷଣା କରାଯିବା ପରଠାରୁ ଗରିବ ଲୋକ ଓ ଶ୍ରମିକମାନେ ସାମ୍ନା କରୁଥିବା ସମସ୍ୟାର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଗଧାଡ଼ିରେ ରହି କରୋନାର ମୁକାବିଲା କରୁଥିବା ଡାକ୍ତର, ନର୍ସ ଏବଂ ପରିମଳ କର୍ମଚାରୀମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ମେଡିକାଲ୍‌ ବୀମା ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe