ଆୟକର ସଂଗ୍ରହ ୨.୪୧ ଲକ୍ଷ କୋଟି

Advertisment
ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ିବନି: କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌)ରେ ୨.୪୧ ଲକ୍ଷ କୋଟି ଟଙ୍କାର ଆୟକର ସଂଗ୍ରହ କରିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଲୋଚ୍ୟ ତିନି ମାସରେ ୧.୦୧ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଓ ୪୧.୮୩୧ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ସୀମା ଶୁଳ୍କ ଆକାରରେ ୧.୩୪ ଲକ୍ଷ କୋଟି ଟଙ୍କା ଓ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍ପ ଭାବେ ୩.୮୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଗତବର୍ଷ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିବାରୁ ଚଳିତ ବର୍ଷ ଏତେ ଅଧିକ ଟିକସ ସଂଗ୍ରହ ହୋଇପାରିଛି।

୨୦୨୧ର ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ୧.୨୦ ଲକ୍ଷ କୋଟି ଟଙ୍କାର କଂପାନି ଟିକସ ସଂଗ୍ରହ କରାଯାଇଥିବା ବେଳେ ୧.୨୦ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ସଂଗ୍ରହ ହୋଇଛି। ମୋଟ ଉପରେ ଏହି ତିନି ମାସରେ ୨.୪୧ ଲକ୍ଷ କୋଟି ଟଙ୍କା ଆୟକର ଭାବେ ରାଜକୋଷକୁ ଆସିଛି। ଗତ ଆର୍ଥିକ ବର୍ଷରେ ସରକାର ୪.୫୭ ଲକ୍ଷ କୋଟି ଟଙ୍କାର କଂପାନି ଟିକସ, ୪.୭୧ ଲକ୍ଷ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ଓ ୧୬,୯୨୭ କୋଟି ଟଙ୍କାର ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (ଏସ୍‌ଟିଟି) ସଂଗ୍ରହ କରିଥିଲେ। ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏପ୍ରିଲ୍‌ରୁ ଜୁନ୍ ଭିତରେ ୧.୧୭ ଲକ୍ଷ କୋଟି ଟଙ୍କାର ଅଧିକ ମୂଲ୍ୟର କେନ୍ଦ୍ରୀୟ ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ କ୍ଷତିପୂରଣ ଦେବା ଲାଗି ଆଦାୟ କରାଯାଉଥିବା ସେସ୍‌ ପରିମାଣ ୨୪,୬୩୬ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe