କଠୋର ହେଲା ଆୟକର ବିଭାଗ: ବିଦେଶୀ ସଂପତ୍ତି ଲୁଚାଇଲେ ୧୦ ଲକ୍ଷ ଜରିମାନା

Advertisment

ବିଦେଶରେ ଥିବା ସଂପତ୍ତି ସଂପର୍କରେ ସୂଚନା ଦେବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦେଶରେ ଥିବା ସଂପତ୍ତି କିମ୍ବା ବିଦେଶରୁ ହେଉଥିବା ଆୟ ସଂପର୍କିତ ସୂଚନା ୨୦୨୪-୨୫ ଆକଳନ ବର୍ଷର...

ବିଦେଶରେ ଥିବା ସଂପତ୍ତି ସଂପର୍କରେ ସୂଚନା ଦେବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦେଶରେ ଥିବା ସଂପତ୍ତି କିମ୍ବା ବିଦେଶରୁ ହେଉଥିବା ଆୟ ସଂପର୍କିତ ସୂଚନା ୨୦୨୪-୨୫ ଆକଳନ ବର୍ଷର...

ଷ୍ଟକ ବ୍ରୋକରଙ୍କ ଟିକସ ଠକେଇ, ୩୯ଟି ସ୍ଥାନରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ବିଦେଶରେ ଥିବା ସଂପତ୍ତି ସଂପର୍କରେ ସୂଚନା ଦେବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦେଶରେ ଥିବା ସଂପତ୍ତି କିମ୍ବା ବିଦେଶରୁ ହେଉଥିବା ଆୟ ସଂପର୍କିତ ସୂଚନା ୨୦୨୪-୨୫ ଆକଳନ ବର୍ଷର ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଫର୍ମରେ ‌ଦେବାକୁ କୁହାଯାଇଛି। ଉକ୍ତ ସୂଚନା ଦେବାକୁ ବିଫଳ ହେଲେ କଳାଟଙ୍କା ନିରୋଧ ଆଇନ ୨୦୧୫ ଅନୁସାରେ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି।

ପ୍ରକାଶିତ ମାର୍ଗଦର୍ଶିକାରେ ବିଦେଶୀ ସଂପତ୍ତି ସଂପର୍କରେ ଯେଉଁସବୁ ସୂଚନା ଦେବାକୁ କୁହାଯାଇଛି ସେଥିରେ ବ୍ୟାଙ୍କ ଆକାଉଣ୍ଟ, କୌଣସି ବ୍ୟବସାୟ କିମ୍ବା ସଂସ୍ଥାରେ ଆର୍ଥକ ସ୍ବାର୍ଥ, ଅସ୍ଥାବର ସଂପତ୍ତି, ଇକ୍ବିଟି ରାଶି ସମ୍ବଳିତ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ‌ଏଥିସହିତ କୌଣସି ବ୍ୟକ୍ତି ଯଦି କୌଣସି ଟ୍ରଷ୍ଟର ଟ୍ରଷ୍ଟି ରହିଥାନ୍ତି କିମ୍ବା ଅନ୍ୟ କୌଣସି ପୁଞ୍ଜି ସଂପତ୍ତି ଆଦି ରହିଛି ସେ ସଂପର୍କରେ ମଧ୍ୟ ସୂଚନା ଦେବେ। ଯଦି ଆୟକରଦାତାମାନେ ଏସବୁ ବର୍ଗରେ ଆସୁଥାନ୍ତି ତାହେଲେ ସେମାନଙ୍କୁ ଆଇଟିଆର୍‌ର ବିଦେଶୀ ସଂପତ୍ତି କିମ୍ବା ବିଦେଶୀ ଆୟ ଉତ୍ସ ସିଡ୍ୟୁଲରେ ଦେବାକୁ ହେବ। ଏପରିକି ଯଦି ସେମାନଙ୍କ ଆୟ ଟିକସଯୋଗ୍ୟ ସୀମାଠାରୁ କମ୍‌ ହୋଇଥିବ ତାହେଲେ ବି ଏହି ତଥ୍ୟ ଦେବାକୁ ପଡ଼ିବ। ଆଇଟିଆର୍‌ରେ ବିଦେଶୀ ସଂପତ୍ତି/ଆୟ ସୂଚନା ପ୍ରକାଶ କରିବାରେ ବିଫଳ ହେଲେ କଳା ଟଙ୍କା (ଅଘୋଷିତ ବିଦେଶୀ ଆୟ ଓ ସଂପତ୍ତି) ଏବଂ ଟିକସ ଆଇନ ୨୦୧୫ ଅଧୀନରେ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ସିବିଡିଟି ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରଚାର ଅଭିଯାନ ଅଧୀନରେ ସୂଚନାମୂଳକ ଏସ୍‌ଏମ୍‌ଏସ୍‌ ଓ ଇମେଲ୍‌ ୨୦୨୪-୨୫ ଆକଳନ ବର୍ଷ ପାଇଁ ଆଇଟିଆର ଦାଖଲ କରିଥିବା ବ୍ୟକ୍ତିମାନଙ୍କ ନିକଟକୁ ପଠାଯିବ। ବିଳମ୍ବିତ ଏବଂ ସଂଶୋଧିତ ଆଇଟିଆର୍‌ ଦାଖଲର ଶେଷ ଦିବସ ଡିସେମ୍ବର ୩୧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe