ଆୟକର, ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ଅବଧି ଡିସେମ୍ବର ୩୧ ଯାଏଁ ବଢ଼ିଲା

ଆୟକର ନଦେଲେ ୨ ଗୁଣା ଟିଡିଏସ୍‌ କଟିବ, ଜୁଲାଇ ୧ରୁ ନୂଆ ନିୟମ

Image Courtesy of The Financial Express

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ସରକାର ଆୟକର ରିଟର୍ଣ୍ଣ ଦାଖଲ ତାରିଖକୁ ପୁଣି ମାସେ ଘୁଞ୍ଚାଇଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ ଅବଧିର ଶେଷ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ଏବେ ରହିଥିବା ଆଜି ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଘୋଷଣା କରାଯାଇଛି। ପ୍ରଥମେ ଏହି ତାରିଖ ଜୁଲାଇ ୩୧ ରଖାଯାଇଥିବାବେଳେ ପରେ ଏହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। ଗତ ମେ ମାସରେ ଅବଧିକୁ ଜୁଲାଇ ୩୧ରୁ ନଭେମ୍ବର ୩୦କୁ ବଢ଼ାଯାଇଥିଲା। କେବଳ ସେତିକି ନୁହେଁ, ଅଡିଟ୍ ଆବଶ୍ୟକ କରୁଥିବା ଟିକସଦାତାଙ୍କ ଆୟକର ରିଟର୍ଣ୍ଣ ଦାଖଲ ତାରିଖ ପୂର୍ବରୁ ଅକ୍ଟୋବର ୩୧, ୨୦୨୦ ରଖାଯାଇଥିବାବେଳେ ଏବେ ଏହାକୁ ୨୦୨୧ ଜାନୁଆରି ୩୧କୁ ବଢ଼ାଇ ଦିଆଯାଇଛି। ସେହିଭଳି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ମଧ୍ୟ ଦୁଇ ମାସ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ଏହାକୁ ଏବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe