ଚେନ୍ନାଇର ୩୫ଟି ସ୍ଥାନରେ ଆୟକର ଚଢ଼ଉ: ୩୦୦ କୋଟିର ଅଘୋଷିତ ଆୟ

ଚେନ୍ନାଇର ୩୫ଟି ସ୍ଥାନରେ ଆୟକର ଚଢ଼ଉ: ୩୦୦ କୋଟିର ଅଘୋଷିତ ଆୟ

ନୂଆଦିଲ୍ଲୀ: ଚେନ୍ନାଇରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ୩୫ଟି ସ୍ଥାନରେ ଚଢ଼ଉ କରିବା ପରେ ଆୟକର ବିଭାଗର ଅଧିକାରୀମାନେ ୩୦୦ କୋଟି ଟଙ୍କାରୁ ଅଧିକ ଅଘୋଷିତ ଆୟ ଠାବ କରିଛନ୍ତି। ଏଥିସହିତ ପାଖାପାଖି ୯ କୋଟି ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ଦୁଇଟି ଘରୋଇ ଫାଇନାନ୍ସ କମ୍ପାନି ଉପରେ ଚଢ଼ଉ କରିବା ପରେ ଆୟକର ବିଭାଗକୁ ଏହି ସଫଳତା ମିଳିଛି। ଚଢ଼ଉ ବେଳେ ମିଳିଥିବା କାଗଜପତ୍ରରୁ ଜଣାଯାଇଛି ଏହି ସଂସ୍ଥା ଦ୍ବୟ ବିଭିନ୍ନ ବଡ଼ ବଡ଼ ସଂସ୍ଥାକୁ ଉଚ୍ଚ ସୁଧରେ ବିପୁଳ ପରିମାଣର ଋଣ ଦେଇଛନ୍ତି। ଏଥିରୁ ଅଧିକାଂଶ ସେମାନେ ନଗଦ ଅର୍ଥ ଆକାରରେ ଦେଇଛନ୍ତି। ଋଣ ଦେବାବେଳେ ସେମାନେ ଅତି ଉଚ୍ଚ ସୁଧ ଆଦାୟ କରୁଥିଲେ। କିନ୍ତୁ ଏଥିରେ ସେମାନେ ଟିକସ ଫାଙ୍କୁଥିଲେ। ଋଣ ନେଉଥିବା ସଂସ୍ଥାମାନେ ସୁଧ ଆକାରରେ ଯେଉଁ ଅର୍ଥ ଦେଉଥିଲେ ସେଗୁଡ଼ିକ ଡମି ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିଲା ଏବଂ ତାହାକୁ ଟିକସ ହିସାବରେ ଦର୍ଶାଯାଉ ନଥିଲା। ତାହା ପରେ ବିଭିନ୍ନ ଆକାରରେ ସେହି ଅର୍ଥକୁ ସଂସ୍ଥା ଦ୍ବୟର ଆକାଉଣ୍ଟକୁ ଅଣାଯାଉଥିଲା। ଚଢ଼ଉ ଏବଂ ଯାଞ୍ଚ ବେଳେ ସଂସ୍ଥାର ବ୍ୟକ୍ତିମାନେ ଅନେକ ଅଘୋଷିତ ସଂପତ୍ତିରେ ନିବେଶ କରିଥିବା ଏବଂ ଆୟକୁ ଲୁଚାଇଥିବା ଜଣା ପଡ଼ିଥିଲା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଆୟକର ବିଭାଗ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe