ବଜେଟ୍‌ରେ ଆୟକର ଛାଡ଼ ସୀମା ବଢ଼ିପାରେ

Advertisment
ନଭେମ୍ବର ମଧ୍ୟଭାଗରେ ଅତିରିକ୍ତ ବଜେଟ୍, ଅର୍ଥ ଖର୍ଚ୍ଚ ନ କଲେ ସରେଣ୍ଡର ପାଇଁ ସଚିବଙ୍କୁ ନିର୍ଦେଶ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍‌ ୨୦୧୯-୨୦ରେ ଆୟକରକୁ ନେଇ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ବର୍ତମାନ ବାର୍ଷିକ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କା ରହିଛି। ଯାହାକୁ ବଜେଟରେ ଅତିକମ୍‌ରେ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇ ପାରେ ବୋଲି ଜଣାପଡ଼ିଛି। ଆୟକରରେ ସୁବିଧା ମିଳିଲେ ଲୋକଙ୍କ ହାତରେ ଅଧିକ ପଇସା ରହିବ। ଏହାଦ୍ବାରା ଖର୍ଚ ବଢ଼ିବ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ସରକାର ବିଚାର କରୁଛନ୍ତି। ଆୟକର ଛାଡ଼ସୀମା ବଢ଼ିଲେ ଦେଶରେ ଟିକସ ପ୍ରଦାନ କରୁଥିବା ୫ କୋଟିରୁ ଅଧିକ ଟିକସଦାତାଙ୍କ ହାତରେ ଜଣକ ପିଛା ଅତିକମରେ ଅଢ଼େଇ ହଜାର ଟଙ୍କାର ବଳକା ରାଶି ଉପଲବ୍ଧ ହେବ। ଏହାବ୍ୟତୀତ ନିବେଶ ଓ ସଞ୍ଚୟ ଉପରେ ପ୍ରଦାନ କରାଯାଉଥିବା ଦେଢ଼ ଲକ୍ଷ ଟଙ୍କାର ରିହାତି ସୀମାକୁ ମଧ୍ୟ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ବୋଲି ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe