ଷ୍ଟକ ବ୍ରୋକରଙ୍କ ଟିକସ ଠକେଇ, ୩୯ଟି ସ୍ଥାନରେ ଆୟକର ଚଢ଼ଉ

Advertisment
ଷ୍ଟକ ବ୍ରୋକରଙ୍କ ଟିକସ ଠକେଇ, ୩୯ଟି ସ୍ଥାନରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର କରୁଥିବା ବ୍ରୋକର ଏବଂ ଟ୍ରେଡରଙ୍କ ବିରୋଧରେ ଟିକସ ଠକେଇ ଅଭିଯୋଗ ଆସିବା ପରେ ଆୟକର ବିଭାଗ ପକ୍ଷରୁ ଦେଶର ୩୯ଟି ସ୍ଥାନରେ ଚଢ଼ଉ କରାଯାଇଛି। ପ୍ରାୟ ୩୫୦୦ କୋଟି ଟଙ୍କାର କାରବାର ସହିତ ଏହି ଟିକସ ଠକେଇ ଜଡ଼ିତ ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ମୁମ୍ବାଇ, କୋଲକାତା, କାନପୁର, ଦିଲ୍ଲୀ, ନଏଡା, ଗୁରୁଗ୍ରାମ, ହାଇଦ୍ରାବାଦ ଏବଂ ଗାଜିଆବାଦ ଭଳି ଦେଶର ୩୯ଟି ସ୍ଥାନରେ ଗତ ୩ ତାରିଖରେ ଆୟକର ବିଭାଗ ଚଢ଼ଉ କରିଥିବା ବୋଲି କହିଛି। ବ୍ରୋକର ଏବଂ ଟ୍ରେଡରମାନେ କିଭଳି ବେଆଇନ କାରବାର କରି ଟିକସ ଠକୁଥିଲେ ତାହା ଏହି ଚଢ଼ଉ ପରେ ପଦାକୁ ଆସିଛି। ଏହି ବ୍ୟକ୍ତିମାନେ କମ୍ପାନି ଲାଭ/କ୍ଷତିକୁ କୃତ୍ରିମ ଉପାୟରେ ବଢ଼ାଉଥିଲେ କିମ୍ବା କମାଉଥିଲେ। ଏହି ପରିମାଣ ପ୍ରାୟ ୩୫୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଚଢ଼ଉ ବେଳେ ଆୟକର ବିଭାଗ ଅନ୍ୟାନ୍ୟ ଅନିୟମିତା ଧରିବା ସହିତ ୧ କୋଟି ୨୦ ଲକ୍ଷ ଟଙ୍କାର ହିସାବ ବହିର୍ଭୁତ ଅର୍ଥ ମଧ୍ୟ ଜବତ କରିଛି। ଚଢ଼ଉ ବେଳେ ମିଳିଥିବା ବିଭିନ୍ନ ତଥ୍ୟ ଓ ପ୍ରମାଣକୁ ଆୟକର ବିଭାଗ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe