ଆଇଜି୩ ଇନଫ୍ରା ଉପରେ ଆୟକର ଚଢ଼ଉ, ହଜାରେ କୋଟିର ହିସାବ ବହିର୍ଭୂତ ସଂପତ୍ତି ଠାବ

Advertisment
ବୀମା କଂପାନିକୁ ଆୟକର ନୋଟିସ୍‌

Deccan Herald

ଚେନ୍ନାଇ: ଚେନ୍ନାଇ ଭିତ୍ତିକ ଆଇଟି ଭିତ୍ତିଭୂମି ସେବା ପ୍ରଦାନକାରୀ କମ୍ପାନି ଆଇଜି୩ ଇନ୍‌ଫ୍ରା ଲିମିଟେଡ ଉପରେ ଆୟକର ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ଚେନ୍ନାଇର ୫ଟି ସ୍ଥାନ ସମେତ ମଦୁରାଇରେ ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ କରି ୧୦୦୦ କୋଟି ଟଙ୍କାର ହିସାବ ବହିର୍ଭୂତ ସମ୍ପତ୍ତି ଠାବ କରିଛନ୍ତି। ଆୟକର ବିଭାଗର ସୂଚନା ଅନୁଯାୟୀ, ପୂର୍ବରୁ ଏହି କମ୍ପାନି ଇଣ୍ଡିଆ ଗ୍ରିନ ଗ୍ରିଡ ଗ୍ରୁପ ଲିମିଟେଡ ନାମରେ ପରିଚିତ ଥିଲା। ୨୦୦୪ ମସିହାରେ ଏହା ତାଲିକାଭୁକ୍ତ ଥିଲା। ଏହା ଅଧୀନରେ ଚେନ୍ନାଇରେ ଗୋଟିଏ ଆଇଟି ଏସ୍‌ଇଜେଡ ମଧ୍ୟ ରହିଛି। ବିଦେଶରେ ସେୟାର ବିକ୍ରି କରି କରିଥିବା ଆୟକୁ ଲୁଚାଇବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିଲା। କଳା ଟଙ୍କା ଆଇନ ୨୦୧୫ ଅଧୀନରେ ଉକ୍ତ କମ୍ପାନି ବିରୋଧରେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe