୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ଆୟକର ରିଟର୍ଣ୍ଣ ଫାଇଲ୍‌ର ଶେଷ ତାରିଖ

୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ଆୟକର ରିଟର୍ଣ୍ଣ ଫାଇଲ୍‌ର ଶେଷ ତାରିଖ

Image Courtesy of NDTV

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଆୟକର ରିଟର୍ଣ୍ଣ ଶେଷ ତାରିଖକୁ ଗୁରୁବାର ଦିନ ‘ଦି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍ ଡାଇରେକ୍ଟ୍‌ ଟ୍ୟାକ୍‌ସେସ୍‌’ (ସିବିଡିଟି) ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନୂଆ ଆୟକର ‘ଇ-ଫାଇଲିଙ୍ଗ୍‌ ପୋର୍ଟାଲ୍‌’ରେ ବୈଷୟିକ ତ୍ରୁଟିବିଚ୍ୟୁତି ହେତୁ ଦ୍ବିତୀୟ ବାର ଏହି ସମୟ ସୀମା ବୃଦ୍ଧି କରାଯାଇଛି।

ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ରୁ ଟୁଇଟ୍‌ କରି ‘ସିବିଡିଟି’ କହିଛି, ଆୟକର ଆଇନ ୧୯୬୧ ବ୍ୟବସ୍ଥା ଅନୁସାରେ ଆର୍ଥିକ ‘ଆୟକର ରିଟର୍ଣ୍ଣ’ ଓ ‘ଏୱାଇ ୨୦୨୧-୨୨’ ପାଇଁ ‘ଅଡିଟ୍‌ ରିପୋର୍ଟ’ ଫାଇଲ୍‌ କରିବା ଲାଗି କରଦାତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଖବରକୁ ବିଚାରକୁ ନେଇ ‘ସିବିଡିଟି’ ‘ଆୟକର ରିଟର୍ଣ୍ଣ’ ଓ ‘ଏୱାଇ ୨୦୨୧-୨୨’ ପାଇଁ ‘ଅଡିଟ୍‌ ରିପୋର୍ଟ’ ଫାଇଲ୍‌ ନିମନ୍ତେ ଶେଷ ତାରିଖକୁ ଆହୁରି ବଢ଼ାଇ ଦେଇଛି।

publive-image Image Courtesy of India Today

‘ସିବିଡିଟି’ ଜାରି କରିଥିବା ସର୍କ୍ୟୁଲାର୍‌ ଅନୁସାରେ, ଏହି ଆଇନର ଧାରା ୧୩୯ର ଉପଧାରା (୧) ଅନୁସାରେ ଦାଖଲ କରାଯିବାକୁ ଥିବା ୨୦୨୧-୨୨‘ଆସେସ୍‌ମେଣ୍ଟ୍‌’ ବର୍ଷର ଆୟକର ରିଟର୍ଣ୍ଣର ଶେଷ ତାରିଖ ୨୦୨୧ ଜୁଲାଇ ୩୧ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ୨୦୨୧, ମେ ୨୦ରେ ତାହାକୁ ପୁଣି ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଏବେ ତାହାକୁ ପୁଣି ୨୦୨୧ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe