ଆୟକର ଛାଡ଼ ସୀମା ୩ ଲକ୍ଷକୁ ବଢ଼ିବ!

ଆୟକର ଛାଡ଼ ସୀମା ୩ ଲକ୍ଷକୁ ବଢ଼ିବ!

ନୂଆଦିଲ୍ଲୀ, ଆସନ୍ତା ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବ୍ୟକ୍ତିଗତ ଆୟକରଦାତାଙ୍କୁ ରିହାତି ଦେଇପାରନ୍ତି। ଟିକସ ଛାଡ଼ ସୀମାକୁ ଅଢ଼େଇ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି । କେବଳ ଟିକସ ଛାଡ଼ ସୀମା ବୃଦ୍ଧି ନୁହେଁ ଟିକସ ସ୍ଲାବ୍‌ରେ ମଧ୍ୟ କେତେକ ପରିବର୍ତନ ସମ୍ପର୍କରେ ଅର୍ଥମନ୍ତ୍ରୀ ଚିନ୍ତା କରୁଛନ୍ତି। ବିଶେଷକରି ମଧ୍ୟମ ଆୟବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରାଳୟ ଏହି ଯୋଜନା କରୁଛି। ଟିକସ ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରା ନଗଲେ ମଧ୍ୟ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି। ଗତ ବଜେଟରେ ଅର୍ଥମନ୍ତ୍ରୀ ଟିକସ ସ୍ଲାବ୍‌ରେ ଯଦିଓ କୌଣସି ପରିବର୍ତନ ଆଣି ନଥିଲେ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାର ଆୟବର୍ଗରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଟିକସ ହାର ୧୦ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦେଇଥିଲେ। କିନ୍ତୁ ଆଗାମୀ ବଜେଟରେ ଅର୍ଥମନ୍ତ୍ରୀ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଟିକସ ହାରରେ ୧୦ ପ୍ରତିଶତ ହ୍ରାସ କରିପାରନ୍ତି। ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ଆୟକାରୀଙ୍କ ପାଇଁ ୨୦ ପ୍ରତିଶତ ଏବଂ ୩୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ୩୦ ପ୍ରତିଶତ ଆୟକର ଲାଗୁ କରି ପାରନ୍ତି। ଯଦିଓ ପୂର୍ବରୁ ଭାରତୀୟ ଶିଳ୍ପ ମହାସଂଘ ସର୍ବୋଚ୍ଚ ଟିକସ ହାରକୁ ୨୫ ପ୍ରତିଶତକୁ କମାଇବା ପାଇଁ ପ୍ରସ୍ତାବ ଦେଇଥିଲା ତାହାକୁ ଅର୍ଥମନ୍ତ୍ରୀ ଗ୍ରହଣ କରି ନପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe