ଆୟକର ଇ-ଫାଇଲିଂ ପାଇଁ ହେଲ୍‌ପଲାଇନ୍‌

ଆୟକର ଇ-ଫାଇଲିଂ ପାଇଁ ହେଲ୍‌ପଲାଇନ୍‌

ନୂଆଦିଲ୍ଲୀ: ଅନଲାଇନ୍‌ରେ ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଥିବା ଟିକସଦାତାମାନଙ୍କ ପାଇଁ ଆୟକର ବିଭାଗ ପକ୍ଷରୁ ନୂଆ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ଏଥିପାଇଁ ଦେୟମୁକ୍ତ ନମ୍ବର ହେଉଛି ୧୮୦୦୧୦୩୦୦୨୫ ଓ ସିଧାସଳଖ ନମ୍ବର ହେଉଛି ୮୦୪୬୧୨୨୦୦୦। ଟିକସଦାତାମାନେ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍‌ରେ ରିଟର୍ଣ୍ଣ ଫାଇଲ୍‌ କରୁଛନ୍ତି। ଯେଉଁମାନେ ରିଟର୍ଣ୍ଣ ଫାଇଲ୍‌ କରିବା ବେଳେ ଅସୁବିଧା ସାମ୍ନା କରୁଛନ୍ତି ସେମାନେ ଏହି ହେଲପ୍‌ଲାଇନ୍‌ ନମ୍ବର ଡାଏଲ୍‌ କରି ସହାୟତା ନେଇପାରିବେ। ଅନ୍ୟ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ଆୟକର ବିଭାଗର ଅଲଗା ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe