ଭାରତ-ପାକ୍ ମ୍ୟାଚ୍‌ ପାଇଁ ବିଜ୍ଞାପନ ଦରରେ ୨୦% ବୃଦ୍ଧି

Advertisment
ଭାରତ-ପାକ୍ ମ୍ୟାଚ୍‌ ପାଇଁ ବିଜ୍ଞାପନ ଦରରେ ୨୦% ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତା ରବିବାର ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଟି-୨୦ କ୍ରିକେଟ ବିଶ୍ବକପ୍‌ର ହାଇ ‌ଭୋଲ୍‌ଟେଜ୍ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଉତ୍ସାହ ଚରମ ସୀମାରେ ରହିଛି। ଉଭୟ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଥିବା ବେଳେ ଦୀପାବଳି ଭଳି ଉତ୍ସବ ସେହି ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ରେକର୍ଡ ସଂଖ୍ୟକ ଦର୍ଶକ ଏହି ମ୍ୟାଚ୍‌ ଦେଖିବାର ସମ୍ଭାବନା ଥିବାରୁ ପ୍ରସାରଣକାରୀ ସଂସ୍ଥା ବିଜ୍ଞାପନ ଦାମ୍‌କୁ ୧୫-୨୦% ପର୍ଯ୍ୟନ୍ତ ବଢ଼ାଇଛନ୍ତି।

publive-image

ଗତବର୍ଷ ଭାରତ-ପାକ ମ୍ୟାଚ୍‌ରେ ୧୦ ସେକେଣ୍ଡ୍‌ ବିଜ୍ଞାପନର ଦାମ୍ ୧୪-୧୫ ଲକ୍ଷ ଟଙ୍କା ଥିଲା। ଏଥର ସେଥିରେ ୧୫-୨୦% ବୃଦ୍ଧି ପାଇ ତାହା ୧୬-୧୮ ଲକ୍ଷ ଟଙ୍କା ହୋଇଛି। ଏମିତିରେ ସାଧାରଣ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ୧୦ ସେକେଣ୍ଡ୍‌ ବିଜ୍ଞାପନର ଦାମ୍‌ ୧୦-୧୨ ଲକ୍ଷ ଟଙ୍କା ରହିଥାଏ। କେବଳ ଟିଭି ନୁହେଁ ଡିଜିଟାଲ୍‌ ବିଜ୍ଞାପନ ଦରରେ ମଧ୍ୟ ବୃଦ୍ଧି ହୋଇଛି। ସାଧାରଣରେ ପ୍ରତି ୧୦୦୦ ଜଣ ଲୋକ ଦେଖୁଥିବା ବିଜ୍ଞାପନ ପାଇଁ ବର୍ଷକୁ ୨୦୦-୩୦୦ ଟଙ୍କା ଦେବାକୁ ପଡ଼େ। ଭାରତ ଖେଳୁଥିବା ମ୍ୟାଚ୍‌ ପାଇଁ ବିଜ୍ଞାପନ ଦାମ୍ କିନ୍ତୁ ୧୦୦୦-୧୨୦୦ ଟଙ୍କା ରହିଥାଏ। ଆସନ୍ତା ରବିବାରର ଭାରତ-ପାକ୍ ମ୍ୟାଚ୍‌ ପାଇଁ ସେହି ଦରକୁ ଦୁଇ ଗୁଣା ବଢ଼ାଇ ୨୪୦୦ ଟଙ୍କା କରିଦିଆଯାଇଛି। ପୁରୁଷ ଟି-୨୦ ବିଶ୍ବକପ୍‌ର ପ୍ରମୁଖ ପ୍ରାୟୋଜକମାନେ ହେଉଛନ୍ତି ଡ୍ରିମ୍୧୧, କୋକାକୋଲା, ବାଇଜୁସ୍‌, ହେଲ୍‌ଥିଆନ୍ ଓ ହିରୋ ମୋଟୋକର୍ପ। ଏହା ବ୍ୟତୀତ ବହୁ ଅନ୍ୟ ସଂସ୍ଥା ମଧ୍ୟ ଶେଷ ସମୟରେ ଏହି ମ୍ୟାଚ୍‌ରେ ନିଜ ବିଜ୍ଞାପନ ଦେବା ଲାଗି ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସ୍ ଓ ଡିଜ୍‌ନି+ହଟ୍‌ଷ୍ଟାର ଏବଂ ମିଡିଆ ପ୍ଲାନରମାନଙ୍କ ସହ ଯୋଗାଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe