ଦକ୍ଷତା ବିକାଶ ହେଲେ ବେକାରି ଦୂର ହେବ

Advertisment
ଦକ୍ଷତା ବିକାଶ ହେଲେ ବେକାରି ଦୂର ହେବ

????????????????????????????????????

ଭୁବନେଶ୍ୱର: ଦେଶରେ ଯୁବବର୍ଗର ଦକ୍ଷତା ବିକାଶ କରାଯାଇପାରିଲେ ବେକାରି ଏବଂ ଦାରିଦ୍ର୍ୟ ଭଳି ସମସ୍ୟାକୁ ଦୂର କରାଯାଇପାରିବ। ଫଳରେ ଦେଶର ଆର୍ଥିକ ବିକାଶ ମଧ୍ୟ ହୋଇପାରିବ ରାଜ୍ୟ ସମେତ ଦେଶରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଗଲେ ଏହା ନିଶ୍ଚିତ ସମ୍ଭବପର ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‍ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆଜି ହୋଟେଲ କ୍ରାଉନ୍‌ ପରିସରରେ ମୁଖ୍ୟ ଆର୍ଥିକ ଅଧିକାରୀ ଓ ମାନବ ସମ୍ବଳ ଅଧିକାରୀମାନଙ୍କୁ ନେଇ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ଉପରୋକ୍ତ ମତ ରଖିଛନ୍ତି। ଦକ୍ଷତା ବିକାଶ ଓ ରୋଜଗାର- ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟସୂଚୀ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଆଲୋଚନାରେ ବକ୍ତାମାନେ ଏହା କହିଛନ୍ତି। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆଇ ସଭାପତି ସିଏମ୍‌ଏ ସଞ୍ଜୟ ଗୁପ୍ତା, ପୂର୍ବତନ ସଭାପତି ତଥା ଟିକସ କମିଟି ଅଧ୍ୟକ୍ଷ ସିଏମ୍‌ଏ ନିରଞ୍ଜନ ମିଶ୍ର, ଆଇସିଏଆଇ-ପୂର୍ବାଞ୍ଚଳ ଅଧ୍ୟକ୍ଷ ସିଏମ୍‌ଏ ପ୍ରଣବ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ସେମାନଙ୍କ ମତ ରଖିଥିଲେ। ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ସିଏମ୍‌ଏ ଶିବପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିବାବେଳେ ଆଲୋଚନାଚକ୍ରର ସଂଯୋଜନା ଆଇସିଏଆଇ-ପୂର୍ବାଞ୍ଚଳ ସଦସ୍ୟ ସିଏମ୍‌ଏ ଶିବ ପ୍ରସାଦ ପାଢ଼ୀ କରିଥିଲେ। ଉକ୍ତ ଆଲୋଚନାଚକ୍ରକୁ ଆୟୋଜନ କରିଥିଲେ ଆଇସିଏଆଇର ସୁପରିଟେଣ୍ଡେଣ୍ଟ୍‌ ହେମନ୍ତ କୁମାର ବିଶ୍ୱାଳ । ଆଲୋଚନାଚକ୍ରରେ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକରୁ ପ୍ରାୟ ୧୦୦ରୁ ଅଧିକ ଉଚ୍ଚ ପଦାଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe