ମୁମ୍ବାଇ: ବିନା ବନ୍ଧକରେ ବ୍ୟାଙ୍କ ଗୁଡ଼ିକ ଦେଉଥିବା ଋଣ ବା ଅସୁରକ୍ଷିତ ଋଣ ପରିମାଣ ଦେଶରେ ବଢ଼ିଚାଲିଛି। ଗତ ୩ ବର୍ଷ ମଧ୍ୟରେ ବ୍ୟାଙ୍କ ଗୁଡ଼ିକର ଏହି ଅସୁରକ୍ଷିତ ଋଣରେ ୪ ଗୁଣ ବୃଦ୍ଧି ଘଟିଛି। ବ୍ୟାଙ୍କ ଗୁଡ଼ିକ ପ୍ରତି ଏହା ବିପଦ ସୃଷ୍ଟି କରିଛି। ବ୍ୟାଙ୍କ ଗୁଡ଼ିକ ବିନା ବନ୍ଧକରେ ଦେଉଥିବା ଋଣ ଉପରୁ ଅଧିକ ସୁଧ ନେଇଥାନ୍ତି। ବ୍ୟକ୍ତିଗତ ଋଣ, ଶିକ୍ଷା ଋଣ ଏବଂ କ୍ରେଡିଟ୍ କାର୍ଡରେ କରାଯାଉଥିବା କିଣାକିଣି ଗୁଡ଼ିକ ଏହି ବନ୍ଧକ ବିହୀନ ଋଣ ବର୍ଗରେ ଆସିଥାଏ। ୨୦୧୫ରୁ ୨୦୧୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଋଣ ପରିମାଣ ୪ ଗୁଣ ବୃଦ୍ଧି ଘଟିଛି ବୋଲି କ୍ରିସିଲ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ୨୦୧୮ ମାର୍ଚ୍ଚ ସୁଦ୍ଧା ଲୋକଙ୍କ ଉପରେ ରହିଥିବା ଏହି ଅସୁରକ୍ଷିତ ଋଣ ପରିମାଣ ପ୍ରାୟ ୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟାଙ୍କର ମୋଟ ଖୁଚୁରା ଋଣର ଏହା ୨୬ ପ୍ରତିଶତ। ୩ ବର୍ଷ ପୂର୍ବେ ଏହା ୨୧ ପ୍ରତିଶତ ରହିଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2017/12/loan20thSep._1505893192989_11.jpg)