ନୂଆଦିଲ୍ଲୀ: ଭାରତର ରପ୍ତାନି ସବ୍ସିଡି ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଆବେଦନ କରିଛି। ଏହି ସ୍କିମ୍ ଆମେରିକୀୟ କର୍ମଚାରୀଙ୍କ ପାଇଁ ହାନିକାରକ ବୋଲି ଆମେରିକା ଅଭିଯୋଗ କରିଛି। ଭାରତରେ ଏଭଳି ଅଧ ଡଜନ ସ୍କିମ୍ ରହିଛି ଯାହା ଜରିଆରେ ଭାରତୀୟ ରପ୍ତାନିକାରୀମାନଙ୍କୁ ସବସିଡି ପ୍ରଦାନ କରାଯାଉଛି। ଫଳରେ ସେମାନେ ଶସ୍ତାରେ ସେମାନଙ୍କ ସାମଗ୍ରୀ ଆମେରିକାରେ ବିକ୍ରି କରିପାରୁଛନ୍ତି। ଏହା ଆମେରିକୀୟ କର୍ମଚାରୀ ଏବଂ ଉତ୍ପାଦନକାରୀମାନଙ୍କୁ ପ୍ରଭାବିତ କରୁଛି ବୋଲି ଆମେରିକା ଅଭିଯୋଗ କରିଛି। ଭାରତର ବିଦେଶ ସଚିବ ବିଜୟ ଗୋଖଲେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଥିବା ବେଳେ ଆମେରିକାର ବାଣିଜ୍ୟ ପ୍ରତିନିଧି ଏଭଳି ଅଭିଯୋଗ ଆଣିଛନ୍ତି।
ଭାରତ ବିରୋଧରେ ଡବ୍ଲ୍ୟୁଟିଓ ଗଲା ଆମେରିକା
Advertisment
Follow Us