Venezuelan Oil: ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ ଆସିବ

Advertisment

ଭେନେଜୁଏଲା ତେଲର ମାନ ଅଧିକ ଖରାପ ରହୁଥିବାରୁ ତାହାକୁ ବିଶୋଧନ କରିବା ମଧ୍ୟ ଆଉ ଏକ ବଡ଼ ଆହ୍ବାନ। ବର୍ତ୍ତମାନ ସମୟରେ ଭେନେଜୁଏଲାରୁ ଯେତିକି ତେଲ ଆସୁଛି କେବଳ ସେତିକି ତେଲକୁ ସେମାନେ ବିଶୋଧନ କରିବା କ୍ଷମତା ରଖିଛନ୍ତି।

ଭେନେଜୁଏଲା ତେଲର ମାନ ଅଧିକ ଖରାପ ରହୁଥିବାରୁ ତାହାକୁ ବିଶୋଧନ କରିବା ମଧ୍ୟ ଆଉ ଏକ ବଡ଼ ଆହ୍ବାନ। ବର୍ତ୍ତମାନ ସମୟରେ ଭେନେଜୁଏଲାରୁ ଯେତିକି ତେଲ ଆସୁଛି କେବଳ ସେତିକି ତେଲକୁ ସେମାନେ ବିଶୋଧନ କରିବା କ୍ଷମତା ରଖିଛନ୍ତି।

7a472847-2d26-4c84-b161-8f3cc63fd5e7

ନୂଆଦିଲ୍ଲୀ: ଆଗାମୀ ଦିନରେ ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ ଭାରତକୁ ଆସିବ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ପରେ ତୈଳ କ୍ରୟ ରଣନୀତିରେ ପରିବର୍ତ୍ତନ କରିବାକୁ ତୈଳ କମ୍ପାନିଗୁଡ଼ିକୁ ସରକାର କହିଛନ୍ତି। ତେଲ କିଣିବା ବେଳେ ଆମେରିକା ଓ ଜେନେଜୁଏଲା ତେଲକୁ ପ୍ରାଥମିକତା ଦେବାକୁ ସେମାନଙ୍କୁ କୁହାଯାଇଛି। ସେଥିପାଇଁ ଟ୍ରେଡରମାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଦୁଇ ଦେଶରୁ ତେଲ ମଗାଇବା ଏତେ ସହଜ ହେବନାହିଁ।

ଅଧିକପଢ଼ନ୍ତୁ:'ମହିଳା-ନେତୃତ୍ୱାଧୀନ ବିକାଶ' ଆଦର୍ଶରେ ବିଶ୍ୱାସ କରନ୍ତି: ଉପମୁଖ୍ୟମନ୍ତ୍ରୀ

 ପ୍ରଥମ ଆହ୍ବାନ ହେଉଛି ଆମେରିକୀୟ ତେଲ ହେଉଛି ହାଲୁକା ଓ ମିଠା। ସେଥିରେ ସଲ୍‌ଫର୍‌ ମାତ୍ରା କମ୍‌ ରହୁଛି। ଭାରତୀ ତୈଳ ବିଶୋଧନ କାରଖାନାଗୁଡ଼ିକୁ ମଧ୍ୟମ ଧରଣର ଅଶୋଧିତ ତୈଳ ବିଶୋଧନ କରିବା ଲାଗି ନିର୍ମାଣ କରାଯାଇଛି। ସେଥିରେ ଏଭଳି ହାଲୁକା ତେଲକୁ ବିଶୋଧନ କରିବାକୁ ହେଲେ ଅଧିକ ନିବେଶ କରିବାକୁ ପଡ଼ିବ। ଅନ୍ୟତମ ବଡ଼ ଆହ୍ବାନ ହେଉଛି ପରିବହନ ଖର୍ଚ୍ଚ। ଆମେରିକାରୁ ଭାରତକୁ ତେଲ ମଗାଇବାକୁ ହେଲେ ଜାହାଜକୁ ଲମ୍ବା ଦୂର ଯାତ୍ରା କରିବାକୁ ପଡ଼ିବ। ତେଣୁ ପରିବହନ ଖର୍ଚ୍ଚ ଯଥେଷ୍ଟ ବଢ଼ିଯିବ। ଭାରତୀୟ କମ୍ପାନିଗୁଡ଼ିକ ଚାହିଲେ ତା’ଠାରୁ କମ୍‌ ମୂଲ୍ୟରେ ପଶ୍ଚିମ ଆଫ୍ରିକା ଓ କଜାଖସ୍ତାନରୁ ତେଲ କିଣିପାରିବେ।

ଭେନେଜୁଏଲାର ତେଲ ବିକ୍ରି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଟି ବଡ଼ ଟ୍ରେଡିଂ କମ୍ପାନି ଭିଟଲ୍‌ ଗ୍ରୁପ୍ ଓ ଟ୍ରାଫିଗୁରା ଗ୍ରୁପ୍‌କୁ ଦାୟିତ୍ବ ଦେଇଛନ୍ତି। ନିକଟରେ ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ୪ ନିୟୁତ ବ୍ୟାରେଲ ଭେନେଜୁଏଲା ତେଲ କିଣିଥିଲେ। ଭେନେଜୁଏଲା ତେଲର ମାନ ଅଧିକ ଖରାପ ରହୁଥିବାରୁ ତାହାକୁ ବିଶୋଧନ କରିବା ମଧ୍ୟ ଆଉ ଏକ ବଡ଼ ଆହ୍ବାନ। ବର୍ତ୍ତମାନ ସମୟରେ ଭେନେଜୁଏଲାରୁ ଯେତିକି ତେଲ ଆସୁଛି କେବଳ ସେତିକି ତେଲକୁ ସେମାନେ ବିଶୋଧନ କରିବା କ୍ଷମତା ରଖିଛନ୍ତି।

ରୁଷ ମଧ୍ୟ ବିପୁଳ ରିହାତିରେ ତେଲ ବିକୁଥିଲା

୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଭାରତ ନିଜ ଆବଶ୍ୟକତାର ସିଂହଭାଗ ତୈଳ ରୁଷରୁ ମଗାଉଥିଲା। ରୁଷ ମଧ୍ୟ ବିପୁଳ ରିହାତିରେ ତେଲ ବିକୁଥିଲା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଦାୟିତ୍ବ ସମ୍ଭାଳିବା ପରେ ଭାରତର ରୁଷ ତେଲ କ୍ରୟକୁ ସହ୍ୟ କରିପାରିନଥିଲେ। ରୁଷରୁ ତେଲ କିଣୁଥିବାରୁ ଗତବର୍ଷ ସେ ଭାରତ ଉପରେ ଜରିମାନା ଆକାରରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ରୁଷ ଉପରେ ଆର୍ଥିକ ଚାପ ସୃ‌ଷ୍ଟି କରିବାକୁ ଦୁଇଟି ବଡ଼ ତୈଳ କମ୍ପାନି ଉପରେ କଟକଣା ଲଗାଇ ଭାରତ ଉପରେ ଚାପ ସୃଷ୍ଟି କରିଥିଲେ। ଏହି ଘଟଣା ପରେ ଭାରତୀୟ ତୈଳ କମ୍ପାନିଗୁଡ଼ିକ ରୁଷ ତେଲ ମଗାଇବା ବେଳେ ଅଧିକ ସତର୍କ ହୋଇପଡ଼ିଥିଲେ। ନିକଟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ ପାଇଛି। ରୁଷରୁ ତେଲ କିଣା ବନ୍ଦ କରିବାକୁ ଭାରତ କହିଥିବା ଟ୍ରମ୍ପ ଦାବି କରୁଛନ୍ତି।

ଅଧିକପଢ଼ନ୍ତୁ:କରେଣ୍ଟ୍ ଲାଗି ଟ୍ରକ୍ ସହ ଜଳିଗଲେ ଡ୍ରାଇଭର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe