ରୁଷ୍‌ରୁ ଆହୁରି ଅଧିକ ତେଲ କିଣିଲା ଭାରତ

Advertisment
ଶସ୍ତା ରୁଷ୍‌ ତେଲ ଯୁଗ ଶୀଘ୍ର ଶେଷ ହେବ: ଦାମ୍ ୬୦ ଡଲାରରୁ ଅଧିକ

The Economic Times

ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ କରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ରୋଷର ଶିକାର ହୋଇଥିବା ରୁଷ୍‌ଠାରୁ ଭାରତ ତେଲ କିଣିବା ଆହୁରି ବଢ଼ାଇଦେଇଛି। ଗତ ଏପ୍ରିଲ୍‌ ତୁଳନାରେ ମେ’ରେ ଭାରତ ରୁଷ୍‌ରୁ ୧୫% ଅଧିକ ତେଲ କିଣିଛି। ୨୦୨୧ ଫେବ୍ରୁଆରି ପରେ ପ୍ରଥମ ଥର ଲାଗି ସାଉଦି ଆରବରୁ ଭାରତ ବହୁତ କମ୍ ତେଲ କିଣିଛି। ରୁଷ୍‌ ତେଲ ଭାରତକୁ ବ୍ୟାରେଲ ପିଛା ୬୮ ଡଲାର ପାଖାପାଖି ମିଳୁଥିବା ବେଳେ ସାଉଦି ତେଲର ବ୍ୟାରେଲ ପିଛା ଦାମ୍ ୮୭ ଡଲାର ପାଖାପାଖି ରହୁଛି। ଇରାକ ତେଲକୁ ବ୍ୟାରେଲ ପିଛା ୭୭.୭୭ ଡଲାରରେ ଭାରତ କିଣୁଛି। ମଧ୍ୟ ପ୍ରାଚ୍ୟ ଓ ଓପେ୍ ରାଷ୍ଟ୍ରଗୁଡ଼ିକର ତେଲ ତୁଳନାରେ ରୁଷ୍‌ ତେଲ ଶସ୍ତାରେ ମିଳୁଥିବାରୁ ଭାରତୀୟ ତୈଳ କଂପାନିଗୁଡ଼ିକ ସେଠାରୁ ଅଧିକ ତେଲ ମଗାଇବା ଉପରେ ଧ୍ୟାନ ଦେଉଛନ୍ତି। ଅନ୍ୟ ପକ୍ଷରେ ଭାରତ ସହ ବିପୁଳ ତେଲ କାରବାର କରୁଥିବାରୁ ରୁଷ୍‌ ପାଖରେ ବିପୁଳ ଟଙ୍କା ଜମା ହୋଇଗଲାଣି ଯାହା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe