News Nation
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କର ଏହାର ପ୍ରଥମ ସରକାରୀ ଗସ୍ତ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିବେ। ତେବେ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଭାରତ ବାଣିଜ୍ୟ କ୍ଷେତ୍ରରେ କେତେକ କୋହଳ ନୀତି ଅବଲମ୍ବନ କରିବାକୁ ଯାଉଛି। ଖବର ସରବରାହ ସଂସ୍ଥା ରଏଟର୍ସର ସୂଚନା ମୁତାବକ ଭାରତ ଆମେରିକା ପାଇଁ ଦୁଗ୍ଧ ଏବଂ ଚିକେନ୍ ସାମଗ୍ରୀ ଆମଦାନିକୁ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ଆମେରିକାରୁ ଚିକେନ ଲେଗ୍ସ ଏବଂ ବ୍ଲୁ ବେରି ଆଦି ଆମଦାନିକୁ ମଞ୍ଜୁରି ଦେବାକୁ ସ୍ଥିର କରିଛନ୍ତି। ଚିକେନ ଲେଗ୍ସ ଉପରେ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହେଉଥିବାବେଳେ ଆଗାମୀ ଦିନରେ ୨୫ ପ୍ରତିଶତ ଶୁଳ୍କ ଲାଗିବ। ତେବେ ଭାରତ ଏହା ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରୁ ବୋଲି ଆମେରିକା ଚାହୁଛି। ସେହିଭଳି ଭାରତର ଦୁଗ୍ଧ ବଜାରରେ ମଧ୍ୟ ଆମେରିକାକୁ ପ୍ରବେଶ ଅନୁମତି ମିଳିଯିବ। ଦୁଗ୍ଧ ଜାତୀୟ ସାମଗ୍ରୀ ଉତ୍ପାଦନରେ ଭାରତ ବିଶ୍ବର ଏକ ନମ୍ବର ରାଷ୍ଟ୍ର। ଦେଶର ଗ୍ରାମାଞ୍ଚଳରେ ବାସ କରୁଥିବା ପାଖାପାଖି ୮ କୋଟି ପରିବାରଙ୍କ ପାଇଁ ପଶୁପାଳନ ଜୀବିକାର ମୁଖ୍ୟ ଆଧାର। ଏଥିପାଇଁ ଭାରତ ଏହି ବଜାରକୁ ବିଦେଶୀଙ୍କ ପାଇଁ ଖୋଲାଯାଇ ନାହିଁ। ତେବେ ଆମେରିକା ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ଦୁର୍ବଳ ରହୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚାହୁନାହାନ୍ତି। ଏଥିପାଇଁ ଭାରତର ଦୁଗ୍ଧଜାତୀୟ ସାମଗ୍ରୀ ବଜାରକୁ ଆମେରିକା ପାଇଁ ଖୋଲାଯିବାର ସମ୍ଭାବନା ରହିଛି।
Follow Us