Republic World
ନୂଆଦିଲ୍ଲୀ: ଆସନ୍ତାବର୍ଷ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହେବ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଯେଉଁ ହାରରେ ଆଗକୁ ବଢ଼ୁଛି ତାହା ଜାରି ରହିଲେ ୨୦୧୯ରେ ଭାରତର ଅର୍ଥନୀତି ବ୍ରିଟେନ୍କୁ ଟପିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ଏବେ ବୃଦ୍ଧି ପାଉଥିବା ଅଶୋଧିତ ତେଲ ଦର ଏବଂ ବିଶ୍ୱରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଏଥିପ୍ରତି ଚାଲେଞ୍ଜ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏକ ଫେସ୍ବୁକ୍ ପୋଷ୍ଟ୍ରେ ଜେଟ୍ଲି ଏହା କହିଛନ୍ତି। ଏଥିସହିତ କଂଗ୍ରେସ ଗ୍ରାମୀଣ ଭାରତକୁ ସ୍ଳୋଗାନ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଳ ଦେଇଛନ୍ତି।
Follow Us