ବ୍ରିଟେନ୍‌କୁ ଟପିବ ଭାରତ

Advertisment
ବ୍ରିଟେନ୍‌କୁ ଟପିବ ଭାରତ

p2pfinancenews.co.uk

ଭାରତୀୟ ଅର୍ଥନୀତିର ଆକାର ୨୦୧୮-୧୯‌ରେ ୨.୭୫ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଛି। ୨୦୧୫-୧୬ରେ ତାହା ୧.୯୯ ଲକ୍ଷ କୋଟି ଡଲାର ଥିଲା। ସାରା ବିଶ୍ବର ଅଭିବୃଦ୍ଧି କମ୍ ହେବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଥିବା ବେଳେ ଭାରତର ଅଭିବୃଦ୍ଧି ବଢ଼ିବ ବୋଲି ଆକଳନ କରାଯାଇଛି। ବିଶ୍ବର ୩୦% ଅର୍ଥନୀତିର ଅଭିବୃଦ୍ଧି ୨୦୧୯ରେ ପ୍ରଭାବିତ ହେବନି। ସେହି ତାଲିକାରେ ଭାରତର ନାମ ରହିଛି। ବିଶ୍ବବ୍ୟାଙ୍କ ତଥ୍ୟ ମୁତାବକ ୨୦୧୭ରେ ଫ୍ରାନ୍ସକୁ ଟପି ଭାରତ ହୋଇଛି ବିଶ୍ବର ଷଷ୍ଠ ବଡ଼ ଅର୍ଥନୀତି। ୨୦୧୯ରେ ଏହା ବ୍ରିଟେନ୍‌କୁ ଟପିଯିବ ବୋଲି ଆକଳନ କରାଯାଇଛି। ଭାରତ ଠାରୁ ଆଗରେ ଥିବା ଅନ୍ୟ ବଡ଼ ଅର୍ଥନୈତିକ ମହାଶକ୍ତି ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଜାପାନ ଓ ଜର୍ମାନି। ଭାରତର ଅଭିବୃଦ୍ଧି ହାର ନିକଟରେ ହ୍ରାସ ପାଇଥିଲେ ମଧ୍ୟ ୨୦୧୮-୧୯ରେ ଏହା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ବଜାୟ ରଖିଛି। ୨୦୧୪-୧୫ରୁ ୨୦୧୭-୧୮ ଭିତରେ ଭାରତର ଅଭିବୃଦ୍ଧି କେବଳ ଚୀନ୍‌ ନୁହେଁ ଅନ୍ୟ ବହୁ ଦେଶ ଠାରୁ ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe