୨୦୧୮ରେ ବ୍ରିଟେନ୍‌, ଫ୍ରାନ୍‌ସକୁ ଟପିବ ଭାରତ

Advertisment
ଜିଡିପି ଅଭିବୃଦ୍ଧିର ମନ୍ଥରତା ସାମୟିକ: ଅର୍ଥ ସଚିବ

ନୂଆଦିଲ୍ଲୀ: ଆସନ୍ତାବର୍ଷ (୨୦୧୮)ରେ ବ୍ରିଟେନ୍‌ ଓ ଫ୍ରାନ୍‌ସର ଅର୍ଥନୀତିଠାରୁ ଭାରତର ଅର୍ଥନୀତି ବଡ଼ ହୋଇଯିବ। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ବୋଲି ସେଣ୍ଟର ଫର ଇକୋନମିକ୍ସ ଆଣ୍ଡ୍‌ ବିଜନେସ୍‌ ରିସର୍ଚ କନ୍‌୍‌ସଲ୍‌ଟାନ୍ସି ପକ୍ଷରୁ ଆକଳନ କରାଯାଇଛି। ଡଲାର ମୂଲ୍ୟ ଅନୁସାରେ ଭାରତର ଅର୍ଥନୀତି ଏଭଳି ସ୍ତରରେ ପହଞ୍ଚିବ।
୨୦୩୨ ସୁଦ୍ଧା ଯୁକ୍ତରାଷ୍ଟ ଆମେରିକାକୁ ଚୀନ୍‌ ଟପିଯିବ ଏବଂ ବିଶ୍ୱର ଏକ ନମ୍ବର ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ। ଆସନ୍ତା ବର୍ଷ ସମଗ୍ର ବିଶ୍ୱର ଅର୍ଥନୀତିରେ ଉନ୍ନତି ଦେଖିବାକୁ ମିଳିବ। କମ ତୈଳ ଦର ଏବଂ ପ୍ରଯୁକ୍ତିର ମୂଲ୍ୟ ଯୋଗୁଁ ଅର୍ଥନୀତିର ଅଭିବୃଦ୍ଧି ହାର ତ୍ୱରାନ୍ଵିତ ହେବ। ଆଗାମୀ ୧୫ ବର୍ଷ ଭିତରେ ବିଶ୍ୱର ଶ୍ରେଷ୍ଠ ୧୦ଟି ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭିତରେ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରାଦୁର୍ଭାବ ଅଧିକ ରହିବ। ତାହାର ଲାଭ ଭାରତକୁ ମିଳିବ। ଏହି କନ୍‌ସଲ୍‌ଟାନ୍ସି ସଂସ୍ଥାର ଉପାଧ୍ୟକ୍ଷ ଡଗଲାସ୍‌ ମ୍ୟାକ୍‌ଓ୍ଵିଲିୟମ୍ସ କହିଛନ୍ତି ଯେ ଭାରତ ଏବେ ବ୍ରିଟେନ୍‌ ଏବଂ ଫ୍ରାନ୍ସ ଅର୍ଥନୀତି ପାଖାପାଖି ରହିଛି। ୨୦୧୮ରେ ଏହି ଦୁଇ ରାଷ୍ଟ୍ରକୁ ଭାରତ ଟପିଯିବ। ବିମୁଦ୍ରାକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଅର୍ଥନୈତିକ ସଂସ୍କାର ଯୋଗୁଁ ଭାରତର ଅଭିବୃଦ୍ଧି ହାର ଧୀମା ହୋଇଯାଇଥିବା ସେ କହିଛନ୍ତି।

ଆମେରିକା ଅର୍ଥନୀତିକୁ ଟ୍ରମ୍ପ୍‌ ପ୍ରଶାସନର ନିଷ୍ପତ୍ତି ଗୁରୁତର ଭାବେ ପ୍ରଭାବିତ କରିବ ବୋଲି କୁହାଯାଉଥିଲା। ମାତ୍ର ତାହା ସେଭଳି ଚିନ୍ତାଜନକ ସ୍ତରରେ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ସେଥିପାଇଁ ଅଧିକ ବର୍ଷ ପର୍ଯ୍ୟନ୍ତ ଆମେରିକା ଏକ ନମ୍ବର ସ୍ଥାନରେ ରହିପାରିବ ବୋଲି ଏହି କନ୍‌ସଲ୍‌ଟାନ୍ସି ସଂସ୍ଥା କହିଛି। ୨୦୨୦ ସୁଦ୍ଧା ବ୍ରିଟେନ୍‌ଠାରୁ ଫ୍ରାନ୍ସର ଅର୍ଥନୀତି ବଡ଼ ହୋଇଯିବ। ବର୍ତ୍ତମାନ ବିଶ୍ୱର ୧୧ତମ ବଡ଼ ରାଷ୍ଟ୍ର କୁହାଯାଉଥିବା ରୁଷିଆ ୨୦୩୨ ବେଳକୁ ୧୭ତମ ସ୍ଥାନକୁ ଖସିଯିବ। ତୈଳ ଦର ନିମ୍ନ ସ୍ତରରେ ରହିଥିବାରୁ ରୁଷିଆ ପ୍ରଭାବିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe