A jewelery shop dislpays a range of ornaments on the day of Dhanteras at Zaveri Bazaar on Tuesday. Express photo by Janak Rathod. 17 October 2017, Mumbai.
ନୂଆଦିଲ୍ଲୀ: ଭାରତର ଗହଣା ରପ୍ତାନିରେ ସଂଯୁକ୍ତ ଆରବ ଏମରେଟ୍ସର ଉଲ୍ଲେଖନୀୟ ସ୍ଥାନ ରହିଛି। ଭାରତ ଏହାର ମୋଟ ଗହଣା ରପ୍ତାନିର ୧୫ ପ୍ରତିଶତ ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇକୁ କରିଛି। ଅର୍ଥାତ ଭାରତ ୨୦୨୧-୨୨ ଆର୍ଥିକ ବର୍ଷରେ ୫.୮ ବିଲିଅନ ଡଲାର ମୂଲ୍ୟର ଗହଣା ଏହି ଦେଶକୁ ରପ୍ତାନି କରିଛି। ଜେମ୍ ଆଣ୍ଡ୍ ଜୁଏଲାରି ରପ୍ତାନି ପ୍ରୋତ୍ସାହନ ପରିଷଦ (ଜିଜେଇପିସି) ଅଧ୍ୟକ୍ଷ କଲିନ ଶାହ ଏହି ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଭାରତର ମୋଟ ସୁନା ଗହଣା ରପ୍ତାନି ଚଳିତ ବର୍ଷ ମେ’ ମାସରେ ୬୩ ପ୍ରତିଶତ ଏବଂ ଜୁନ ମାସରେ ୫୯ ପ୍ରତିଶତ ବୃଦ୍ଧି ଘଟିଛି। ଜିଜେଇପିସି ଏବଂ ୟୁଏଇସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶାହ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ୟୁଏଇରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଂଜୟ ସୁଧିର କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ପରିମାଣ ଗତ ବର୍ଷ ୭୩ ବିଲିଅନ ଡଲାର ରହିଥିଲା। ଆସନ୍ତା କିଛିବର୍ଷ ମଧ୍ୟରେ ଉକ୍ତ ବ୍ୟବସାୟ ୧୦୦ ବିଲିଅନ ଡଲାରରେ ପହଞ୍ଚିବା ଆଶା ରହିଛି।
Follow Us