ଦ୍ବିତୀୟ ସେଟ୍‌ ସୁଇସ୍ ବ୍ୟାଙ୍କ୍ ଆକାଉଣ୍ଟ୍‌ର ପୂର୍ଣ୍ଣ ବିବରଣୀ ପାଇଲା ଭାରତ

Advertisment
ଦ୍ବିତୀୟ ସେଟ୍‌ ସୁଇସ୍ ବ୍ୟାଙ୍କ୍ ଆକାଉଣ୍ଟ୍‌ର ପୂର୍ଣ୍ଣ ବିବରଣୀ ପାଇଲା ଭାରତ

Image Courtesy of TechGenyz

ନୂଆଦିଲ୍ଲୀ: ସୁଇଜର୍‌ଲାଣ୍ଡ୍‌ ସହ ସ୍ବୟଂକ୍ରିୟ ସୂଚନା ବିନିମୟ ଚୁକ୍ତି ଅନୁସାରେ ଭାରତ ସୁଇସ୍‌ ବ୍ୟାଙ୍କ୍‌ରେ ତା’ର ନାଗରିକ ଏବଂ ସଂସ୍ଥାମାନଙ୍କର ଥିବା ଆକାଉଣ୍ଟ୍‌ର ଦ୍ବିତୀୟ ସେଟ୍‌ ପୂର୍ଣ୍ଣ ବିବରଣୀ ପାଇଛି। ବିଦେଶରେ ଗଚ୍ଛିତ କଳା ଟଙ୍କା ବିରୋଧୀ ଲଢ଼େଇରେ ଏହା ସରକାରଙ୍କ ନିମନ୍ତେ ଏକ ପ୍ରମୁଖ ମାଇଲ୍‌ଖୁଣ୍ଟ ବୋଲି କୁହାଯାଉଛି।

ଏ ବର୍ଷ ‘ଅଟୋମେଟିକ୍ ଏକ୍ସଚେଞ୍ଚ୍ ଅଫ୍ ଇନ୍‌ଫର୍ମେସନ୍’ ବିଶ୍ବ ମାନକ ଫ୍ରେମ୍‌ୱାର୍କ ମଧ୍ୟରେ ସୁଇଜର୍‌ଲାଣ୍ଡ୍‌ର ଫେଡେରାଲ୍‌ ଟ୍ୟାକ୍ସ୍ ଆଡ୍‌ମିନିଷ୍ଟ୍ରେସନ୍ ଆର୍ଥିକ ଆକାଉଣ୍ଟ୍‌ ସୂଚନା ବିନିମୟ କରିଥିବା ୮୬ଟି ଦେଶ ମଧ୍ୟରେ ଭାରତ ଅନ୍ୟତମ।

୨୦୧୯ ସେପ୍ଟମ୍ବର ମାସରେ ଭାରତ ସମେତ ୭୫ଟି ଦେଶକୁ ‘ଅଟୋମେଟିକ୍ ଏକ୍ସଚେଞ୍ଚ୍ ଅଫ୍ ଇନ୍‌ଫର୍ମେସନ୍’ ଆଧାରରେ ସୂଚନା ପ୍ରଦାନ କରାଯାଇଥିଲା।

publive-image Image Courtesy of The Times of India

ଏ ବର୍ଷ ବିନିମୟ କରାଯାଇଥିବା ସୂଚନା ପ୍ରାୟ ୩୧ ଲକ୍ଷ ଆର୍ଥିକ ଆକାଉଣ୍ଟ୍‌ ସହ ଜଡ଼ିତ ବୋଲି ଶୁକ୍ରବାର ଦିନ ‘ଏଫ୍‌ଟିଏ’ ଏକ ବିବୃତିରେ କହିଛି। ୨୦୧୯ରେ ମଧ୍ୟ ପ୍ରାୟ ଏତିକି ସଂଖ୍ୟକ ଆକାଉଣ୍ଟ୍‌ର ସୂଚନା ଆସିଥିଲା।

କିନ୍ତୁ, ୮୬ଟି ଦେଶ ମଧ୍ୟରୁ ଭାରତର ନାମ ଏହି ବିବୃତିରେ ସ୍ପଷ୍ଟ ରୂପେ ନ ଥିଲେ ମଧ୍ୟ ଭାରତ ଗୁରୁତ୍ବପୂର୍ଣ୍ଣ ଦେଶମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଏହାଛଡ଼ା, ଆର୍ଥିକ ଦୁର୍ନୀତି ତଦନ୍ତକାରୀ ଅଧିକାରୀମାନଙ୍କ ଅନୁରୋଧ ରକ୍ଷା କରି ଗତ ଏକ ବର୍ଷ ମଧ୍ୟରେ ସୁଇସ୍‌ କର୍ତ୍ତୃପକ୍ଷମାନେ ଶତାଧିକ ଭାରତୀୟ ନାଗରିକ ଏବଂ ସଂସ୍ଥାମାନଙ୍କର ସୂଚନା ଦେଇ ସାରିଛନ୍ତି। କିନ୍ତୁ, ଏହି ସବୁ ଆକାଉଣ୍ଟ୍‌ ପୁରାତନ ଏବଂ ୨୦୧୮ ପୂର୍ବରୁ ବନ୍ଦ ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe