ଜାତିସଂଘ ରିପୋର୍ଟ, ଆଗରେ ରହିବ ଭାରତ

Advertisment

ସବୁଠୁ ଦ୍ରୁତ ଗତିରେ ବଢ଼ିବ, ଭାରତକୁ ଟପିପାରିବନି ଚୀନ୍

ସବୁଠୁ ଦ୍ରୁତ ଗତିରେ ବଢ଼ିବ, ଭାରତକୁ ଟପିପାରିବନି ଚୀନ୍

କରୋନା ମହାମାରୀ ୨ୟ ବିଶ୍ୱଯୁଦ୍ଧ ପରେ ମଣିଷ ସମାଜ ପାଇଁ ସବୁଠାରୁ ବଡ଼ ସଂକଟ : ଜାତିସଂଘ ମହାସଚିବ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ରାଷ୍ଟ୍ର ଭାବେ ଭାରତ ଏହାର ମାନ୍ୟତା ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ବଜାୟ ରଖିବ। ଜାତିସଂଘ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରି‌ପୋର୍ଟରେ ଏହା ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ଏବଂ ୨୦୨୦ରେ ଚୀନ୍‌ ଠାରୁ ଭାରତରେ ଆଗରେ ରହିବ। ଜାତିସଂଘର ବିଶ୍ବର ଅର୍ଥନୈତିକ ସ୍ଥିତି ଓ ସମ୍ଭାବନା (ଡବ୍ଲୁଇଏସପି) ରିପୋର୍ଟ ୨୦୧୯ରେ ଆକଳନ କରାଯାଇଛି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୬% ରହିବ। ସେହି ସମୟରେ ଚୀନ୍‌ର ଅଭିବୃଦ୍ଧି ଭାରତ ଠାରୁ କମ୍ ରହିବ। ଚୀନ୍‌ ୬.୩% ହାରରେ ଆଗକୁ ବଢ଼ିବ। ୨୦୨୦ରେ ଭାରତର ଅଭିବୃଦ୍ଧି ୭.୪%କୁ ହ୍ରାସ ପାଇବ, କିନ୍ତୁ ଏହା ଚୀନ୍‌ ଠାରୁ ଆଗରେ ରହିବ। ଚୀନ୍‌ର ଅଭିବୃଦ୍ଧି ୨୦୨୦ରେ ୬.୨%କୁ ଖସିଯିବ।

ଭାରତ କାହିଁକି ଆଗରେ ରହିବ, ସେ ବିଷୟରେ ରିପୋର୍ଟରେ କୁହାଯାଇଛି ଯେ, ପୂର୍ବରୁ ଗ୍ରହଣ କରାଯାଇଥିବା କେତେକ ସଂସ୍କାର ପଦକ୍ଷେପ, ଘରୋଇ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଏକ ଭଲ ଆର୍ଥିକ ସ୍ଥିତି ଭାରତକୁ ଆଗରେ ରଖିବ। ତେବେ ମଧ୍ୟବର୍ତୀକାଳୀନ ଭିତ୍ତିରେ ନିଜର ଏହି ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ହେଲେ ଭାରତକୁ ଏହାର ଘରୋଇ ନିବେଶ ପରିମାଣ ବଢ଼ାଇବାକୁ ହେବ। ଚୀନ୍‌ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ବାଣିଜ୍ୟ ଲଢ଼େଇ। ଆମେରିକା ସହିତ ଚାଲିଥିବା ବାଣିଜ୍ୟ ଲଢ଼େଇ ପ୍ରଭାବରେ ସେହି ଦେଶର ଅଭିବୃଦ୍ଧି କମିବ। ୨୦୧୯ ଏବଂ ୨୦୨୦ରେ ବିଶ୍ବର ଅଭିବୃଦ୍ଧି ହାର ୩% ରହିବ। ବିଶ୍ବ ଅର୍ଥନୀତି ପାଇଁ ବାଣିଜ୍ୟ ଲଢ଼େଇ ସବୁଠୁ ବଡ଼ ସମସ୍ୟା। ଏହାର ପ୍ରଭାବ ଅନୁଭୂତ ହୋଇସାରିଲାଣି। ୨୦୧୭ରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ହାର ୫.୩% ଥିଲା। ୨୦୧୮ରେ ତାହା ୩.୮%କୁ ଖସିଯାଇଛି। ଜାତିସଂଘ ଏହାର ରିପୋର୍ଟରେ ସତର୍କ କରାଇ ଦେଇଛି ଯେ, ଯଦି ଅଧିକ ଦିନ ବାଣିଜ୍ୟ ଲଢ଼େଇ ଲାଗି ରହିବ ତେବେ ତାହା ବିଶ୍ବର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବ। କେତେକ କ୍ଷେତ୍ରରେ ଉତ୍ପାଦନ ଖର୍ଚ ପରିମାଣ ବଢ଼ିବ ଏବଂ ପୁଞ୍ଜିନିବେଶ ନିଷ୍ପତ୍ତି ଗ୍ରହଣ କରିବା ବିଳମ୍ବିତ ହେବ। ପୂର୍ବ ଏସିଆର ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବ। ଚୀନ୍‌ର ଅଭିବୃଦ୍ଧି କମିବ। ଆମେରିକାରେ ବିଭିନ୍ନ ସାମଗ୍ରୀର ଚାହିଦା କମିବ। ଆଫ୍ରିକା ଓ ଲାଟିନ୍ ଆମେରିକାରେ ସାମଗ୍ରୀ ରପ୍ତାନି ପ୍ରଭାବିତ ହେବ ବୋଲି ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି।

ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି। କିଛି ବର୍ଷ ହେଲାଣି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମାନ୍ୟତାରେ ଏହା ଶୀର୍ଷ ସ୍ଥାନରେ ରହିଛି। ପୂର୍ବରୁ ଏହି ସ୍ଥାନ ଚୀନ୍‌ ଦଖଲରେ ଥିଲା। ମାତ୍ର ଆମେରିକା ସହ ବାଣିଜ୍ୟ ଲଢ଼େଇ ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଚୀନ୍‌ର ଅଭିବୃ୍ଦ୍ଧି ଧିମେଇ ଯାଇଛି। ଭାରତ କିନ୍ତୁ ବିଭିନ୍ନ ପ୍ରକାର ସଂସ୍କାରମୂଳକ ପଦକ୍ଷେଫ ଯୋଗୁ ଏହାର ଅଭିବୃଦ୍ଧିକୁ ଉଚ୍ଚ ସ୍ତରରେ ବଜାୟ ରଖିପାରିଛି। ଭାରତ ଓ ଚୀନ୍‌ର ଅଭିବୃଦ୍ଧି ମଧ୍ୟରେ ଅନ୍ତର ଯଦିଓ ଅଧିକ ନୁହେଁ, କିନ୍ତୁ କ୍ରମାଗତ ଭାବେ ଭାରତ ଉପର ସ୍ଥାନରେ ରହିଛି। ବଡ଼ ଅର୍ଥନୀତିର ଦେଶ ଭାବେ ମଧ୍ୟ ଭାରତ ଉଭା ହେବାରେ ଲାଗିଛି। ଖୁବ୍‌ଶୀଘ୍ର ଏହା ବ୍ରିଟେନ୍‌ର ଅର୍ଥନୀତିକୁ ପଛରେ ପକାଇ ଦେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe