୫୦୦୦ କୋଟି ଡଲାରରୁ ଅଧିକ କୃଷି ଉତ୍ପାଦ ରପ୍ତାନି ସହ ଇତିହାସ ରଚିଲା ଭାରତ

ଅଧିକ ରପ୍ତାନି ହୋଇଛି ଚାଉଳ, ଗହମ, ଚିନି, ଅନ୍ୟାନ୍ୟ ଶସ୍ୟ ଏବଂ ମାଂସ, ଗହମ ରପ୍ତାନି ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି

କୃଷି ଅଭିବୃଦ୍ଧି ୧.୨%କୁ ଖସିଲା: ଜୁଲାଇ-ସେପ୍ଟେମ୍ବରରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ: କୃଷି ଉତ୍ପାଦ ରପ୍ତାନିରେ ଭାରତ ଐତିହାସିକ ରେକର୍ଡ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଉତ୍ପାଦ ରପ୍ତାନି ପରିମାଣ ୫୦ ବିଲିୟନ ବା ୫ ହଜାର କୋଟି ଡଲାର ଟପିଛି। ଏହା ହେଉଛି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ପରିମାଣର କୃଷି ଉତ୍ପାଦ ରପ୍ତାନି। ବାଣିଜ୍ୟିକ ସୂଚନା ଏବଂ ପରିସଂଖ୍ୟାନ ମହାନିର୍ଦ୍ଦେଶାଳୟ (ଡିଜିସିଆଇ ଏଣ୍ଡ୍ ଏସ୍) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ରପ୍ତାନି ପରିମାଣ ୧୯.୯୨ ପ୍ରତିଶତ ବୃଦ୍ଧି ପାଇ ୫୦.୨୧ ବିଲିୟନ ଡଲାରରେ ପହଞ୍ଚିଛି।
ଚଳିତ ବର୍ଷ ଚାଉଳ (୯୬୫ କୋଟି ଡଲାର), ଗହମ (୨୧୯ କୋଟି ଡଲାର), ଚିନି (୪୬୦ କୋଟି ଡଲାର) ଏବଂ ଅନ୍ୟ ଶସ୍ୟ (୧୦୮ କୋଟି ଡଲାର) ରପ୍ତାନି ହୋଇଛି। ଗହମ ରପ୍ତାନିରେ ୨୭୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୦-୨୧ରେ ଗହମ ରପ୍ତାନି ୫୬୮ ନିୟୁତ ଡଲାରର ଥିବା ବେଳେ ୨୦୨୧-୨୨ରେ ଏହା ଚାରିଗୁଣା ବୃଦ୍ଧି ପାଇ ୨୧୧୯ ନିୟୁତ ଡଲାର ଛୁଇଁଛି। ଏସବୁ ଉତ୍ପାଦ ରପ୍ତାନି ବୃଦ୍ଧି ପାଇବା ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟମାନଙ୍କର ଚାଷୀମାନେ ଲାଭବାନ ହୋଇଛନ୍ତି। ଚାଉଳ ରପ୍ତାନି କ୍ଷେତ୍ରରେ ଭାରତ ବିଶ୍ୱ ବଜାରର ପାଖାପାଖି ୫୦ ପ୍ରତିଶତ ଭାଗ ଉପରେ ନିୟନ୍ତ୍ରଣ ହାସଲ କରିନେଇଛି।

ଅଧିକ ରପ୍ତାନି ହୋଇଛି ଚାଉଳ, ଗହମ, ଚିନି, ଅନ୍ୟାନ୍ୟ ଶସ୍ୟ ଏବଂ ମାଂସ
ଗହମ ରପ୍ତାନି ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି
କୋଭିଡ୍ କାରଣରୁ ଚାହିଦା ବଢ଼ିବାରୁ କୃଷି ରପ୍ତାନି ବୃଦ୍ଧି ପାଇଁ ସୃଷ୍ଟି ହେଲା ସୁଯୋଗ
ରପ୍ତାନି ତ୍ୱରାନ୍ୱିତ କରିବା ଲାଗି ବାଣିଜ୍ୟ ବିଭାଗର ପ୍ରୟାସ ଜାରି

ସାମୁଦ୍ରିକ ଉତ୍ପାଦ ରପ୍ତାନି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ୭୭୧ କୋଟି ଡଲାର ଛୁଇଁଛି। ମସଲା ରପ୍ତାନି ଲଗାତାର ଦ୍ବିତୀୟ ବର୍ଷ ବୃଦ୍ଧି ପାଇ ୪୦୦ କୋଟି ଡଲାରରେ ପହଞ୍ଚିଛି। ଯୋଗାଣ କ୍ଷେତ୍ରରେ ବାଧା ସତ୍ତ୍ୱେ କଫି ରପ୍ତାନି ପ୍ରଥମ ଥର ପାଇଁ ୧୦୦ କୋଟି ଡଲାର ଅତିକ୍ରମ କରିଛି। ଏହାଦ୍ଵାରା କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର କଫି ଉତ୍ପାଦନକାରୀମାନଙ୍କର ଲାଭ ବୃଦ୍ଧି ପାଇଛି। କୋଭିଡ୍-୧୯ ଏବଂ ୟୁକ୍ରେନ୍ ଯୁଦ୍ଧ ଯୋଗୁ ଚାହିଦା ବୃଦ୍ଧି ହେବାରୁ ଭାରତର ରପ୍ତାନି ପରିମାଣରେ ଆଶାତୀତ ବୃଦ୍ଧି ଘଟିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe