Housing debt 11% of GDP: ଗୃହ ଋଣ ଜିଡିପିର ୧୧%, ୧୦ ବର୍ଷରେ ୩ ଗୁଣା ବୃଦ୍ଧି

Advertisment

ଜୀବନରେ ନିଜର ଘର ଖଣ୍ଡିଏ କରିବା ଏବେବି ଭାରତୀୟମାନଙ୍କ ସବୁଠୁ ବଡ଼ ସ୍ବପ୍ନ ହୋଇରହିଛି। ସେହି ସ୍ବପ୍ନ ସାକାର କରିବା ଲାଗି ଅଧିକାଂଶ ଲୋକ ନିଜ ଆର୍ଥିକ ସାମର୍ଥ୍ୟ ବାହାରକୁ ଯାଇ ଋଣ କରୁଛନ୍ତି।

ଜୀବନରେ ନିଜର ଘର ଖଣ୍ଡିଏ କରିବା ଏବେବି ଭାରତୀୟମାନଙ୍କ ସବୁଠୁ ବଡ଼ ସ୍ବପ୍ନ ହୋଇରହିଛି। ସେହି ସ୍ବପ୍ନ ସାକାର କରିବା ଲାଗି ଅଧିକାଂଶ ଲୋକ ନିଜ ଆର୍ଥିକ ସାମର୍ଥ୍ୟ ବାହାରକୁ ଯାଇ ଋଣ କରୁଛନ୍ତି।

GDP

Housing debt 11% of GDP Photograph: (sambad.in)

ନୂଆଦିଲ୍ଲୀ: ଜୀବନରେ ନିଜର ଘର ଖଣ୍ଡିଏ କରିବା ଏବେବି ଭାରତୀୟମାନଙ୍କ ସବୁଠୁ ବଡ଼ ସ୍ବପ୍ନ ହୋଇରହିଛି। ସେହି ସ୍ବପ୍ନ ସାକାର କରିବା ଲାଗି ଅଧିକାଂଶ ଲୋକ ନିଜ ଆର୍ଥିକ ସାମର୍ଥ୍ୟ ବାହାରକୁ ଯାଇ ଋଣ କରୁଛନ୍ତି। ତାହାର ପ୍ରଭାବରେ ଗତ ୧୦ ବର୍ଷରେ ଗୃହ ଋଣ ଚାହିଦାରେ ୩ ଗୁଣା ବୃଦ୍ଧି ଘଟି ୩୭ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଗୃହ ଋଣ ପରିମାଣ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୧ ପ୍ରତିଶତରେ ପହଞ୍ଚିଛି।

ଦେଶର ଅର୍ଥନୈତିକ ଅଭିବୃଦ୍ଧିଠାରୁ ଗୃହ ଋଣରେ ବୃଦ୍ଧି ଅଧିକ ରହିଛି

୨୦୧୫ ମାର୍ଚ୍ଚ ବେଳକୁ ମୋଟ୍‌ ଗୃହ ଋଣ ୧୦ ଲକ୍ଷ କୋଟି ଟଙ୍କା ପାଖାପାଖି ଥିଲା ଓ ଜିଡିପିକୁ ତାହାର ଅବଦାନ ମାତ୍ର ୮ ପ୍ରତିଶତ ରହିଥିଲା ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିଠାରୁ ଗୃହ ଋଣରେ ବୃଦ୍ଧି ଅଧିକ ରହିଛି। ଜାତୀୟ ଆୟ ଓ ଋଣରେ ମଧ୍ୟ ଏହାର ସିଂହଭାଗ ଅଂଶ ରହିଛି। ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ ଅଧିକାଂଶ ଲୋକ ନିଜ ଘର ସ୍ବପ୍ନକୁ ଋଣ ଜରିଆରେ ପୂରଣ କରୁଛନ୍ତି। ଅନ୍ୟାନ୍ୟ ଋଣଠାରୁ ଗୃହ ଋଣ ସମ୍ପୂର୍ଣ୍ଣ ଭିନ୍ନ। ଏହାର ପରିଶୋଧ ଅବଧି ୧୫-୨୫ ବର୍ଷ ପର୍ଯ୍ୟନ୍ତ ଲମ୍ବା ରହିଥାଏ। ତେଣୁ ଏହି ଋଣ ନେବା ପୂର୍ବରୁ ଲୋକମାନେ ନିଜ ଆୟ, ସଞ୍ଚୟ, ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ଆଦି ବିଚାରକୁ ନେବା ପରେ ଆଗକୁ ବଢ଼ିଥାନ୍ତି। ସେଥିପାଇଁ ଏହି ଋଣ ଲୋକଙ୍କ ଭିତରେ ଆର୍ଥିକ ସଚେତନତା ଅଧିକ ଥିବାର ଏକ ପ୍ରମାଣ ବୋଲି କୁହାଯାଇପାରିବ। ଏହାର ପ୍ରଭାବରେ ଲୋକମାନେ ନିଜର ଅବସରକାଳୀନ ପାଣ୍ଠି, ପିଲାଙ୍କ ପାଠପଢ଼ା, ବୀମା ଓ ନିବେଶ ଆଦିର ଆଗୁଆ ଯୋଜନା କରିବା ସହ ସେଗୁଡ଼ିକୁ ସଂଗଠିତ କରିପାରୁଛନ୍ତି।

ପୂର୍ବରୁ ଲୋକମାନେ ନିଜର ଜୀବନସାରାର ସଞ୍ଚିତ ରାଶି କିମ୍ବା ପରିବାରର ଟଙ୍କା କିମ୍ବା ଅଣସଂଗଠିତ କ୍ଷେତ୍ରରୁ ଧାର କରଜ କରି ଘର କିଣୁଥିଲେ। ଏବେ କିନ୍ତୁ ଲୋକମା‌ନେ ଲମ୍ବା ସମୟର ଇଏମ୍‌ଆଇ ଜରିଆରେ ଘର କିଣୁଛନ୍ତି। ଏକକାଳୀନ ମୋଟା ଅଙ୍କର ରାଶି ଦେବା ବଦଳରେ ଲୋକମାନେ ମାସିକିଆ କିସ୍ତିରେ ଘର କିଣିବାକୁ ପସନ୍ଦ କରୁଛନ୍ତି।

ଆହୁରି ପଢ଼ନ୍ତୁ: Gold Rate drops: ସୁନା ୯,୬୫୦ ଟଙ୍କା କମିଲା, ୨୩ ପରଠାରୁ ଲଗାତାର ବଢ଼ୁଥିଲା ସୁନା ଦର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe