ମାର୍ଚ୍ଚରେ ଭାରତ ଆମଦାନି କରିଛି ୧୬୦ ଟନ୍ ସୁନା

୪୭୧% ବୃଦ୍ଧି

ମାର୍ଚ୍ଚରେ ଭାରତ ଆମଦାନି କରିଛି ୧୬୦ ଟନ୍ ସୁନା

Image Courtesy of Navabharat Times

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଦେଶରେ ସୁନା ଚାହିଦା କିଛି କମ୍ ନାହିଁ। ଦର କମ୍ ରହିବା ଦ୍ବାରା ମାର୍ଚ୍ଚ ମାସରେ ଦେଶର ସୁନା ଆମଦାନି ୪୭୧ ପ୍ରତିଶତ ବୃଦ୍ଧି ଘଟି ୧୬୦ ଟନ୍‌ରେ ପହଞ୍ଚିଛି। ଫେବ୍ରୁଆରିରେ ସରକାର ଆମଦାନି ଶୁଳ୍‌କକୁ ୧୨.୫ ପ୍ରତିଶତରୁ ହ୍ରାସ କରି ୧୦.୭୫ ପ୍ରତିଶତ କରିବା ଦ୍ବାରା ଏହାର ପ୍ରଭାବ ଆମଦାନି ଉପରେ ମଧ୍ୟ ପଡ଼ିଛି।

ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ ସୁନା ବ୍ୟବହାରକାରୀ ଦେଶ। ତେବେ ଗତବର୍ଷ ଅଗଷ୍ଟରେ ସୁନା ଦର ୨୦୭୨ ଡଲାର ଥିବାବେଳେ ଇତିମଧ୍ୟରେ ଏଥିରେ ୧୭ ପ୍ରତିଶତ ହ୍ରାସ ଘଟିଛି। ସୁନା ଆମଦାନି ବୃଦ୍ଧି ହେବା ଫଳରେ ଭାରତର ବାଣିଜ୍ୟ ନିଅଣ୍ଟ ବଢ଼ିପାରେ ଏବଂ ଟଙ୍କାର ବିନିମୟ ମୂଲ୍ୟ ଉପରେ ମଧ୍ୟ ଚାପ ସୃଷ୍ଟି ହୋଇପାରେ। ଚଳିତବର୍ଷ ଜାନୁଆରିରୁ ମାର୍ଚ୍ଚ ତ୍ରୟମାସରେ ଭାରତ ମୋଟ ୩୨୧ ଟନ୍ ସୁନା ଆମଦାନି କରିଛି। ପୂର୍ବବର୍ଷର ଏହି ଅବଧିରେ ଭାରତ କିନ୍ତୁ ୧୨୪ ଟନ୍ ସୁନା ଆମଦାନି କରିଥିଲା। ସୁନା ଦର କମ୍‌ ଥିବାରୁ ଗହଣା ବିକ୍ରେତାମାନେ ମଧ୍ୟ ସେମାନଙ୍କ ମହଜୁଦ ପରିମାଣ ବୃଦ୍ଧି କରୁଛନ୍ତି। ଏଥିଯୋଗୁ ଆମଦାନି ବଢ଼ିଛି। ତେବେ ଏପ୍ରିଲ ମାସରେ ଦେଶର ସୁନା ଚାହିଦା ହ୍ରାସ ପାଇବା ଆଶଙ୍କା ରହିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ପ୍ରକାର କଟକଣା ଲାଗୁ ହେବାର ସମ୍ଭାବନା ରହିଛି। ଏହାହେଲେ ବିକ୍ରି ପ୍ରଭାବିତ ହେବ। ତେଣୁ ସୁନା ଆମଦାନି ହ୍ରାସ ପାଇବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe