ଭୁବନେଶ୍ବର : ଜନତା ମୈଦାନଠାରେ ଚାଲିଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ମେଗା ଟ୍ରେଡ୍ ଫେୟାର ଆସନ୍ତା କାଲି (ମାର୍ଚ୍ଚ ୧ ତାରିଖ) ଶେଷ ହେବ। ଏହି ମେଳା ଦେଖିବାକୁ ଚଳିତବର୍ଷ ଗ୍ରାହକଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ଦେଖାଦେଇଛି। କୋଭିଡ୍ କଟକଣା ନିୟମକୁ ପାଳନ କରି ଏହା ଚାଲିଛି। ସାମାଜିକ ଦୂରତା ରକ୍ଷା, ମାଗଣାରେ ମାସ୍କ ବଣ୍ଟନ, ତାପମାତ୍ରା ମାପିବା ଏବଂ ସାନିଟାଇଜେସନ୍ ଆଦି କରାଯାଉଛି। ଏଥିପାଇଁ ପ୍ରଶାସନର ସହଯୋଗ ମଧ୍ୟ ମଳିଛି ବୋଲି ଆୟୋଜକ ପ୍ରକାଶ ଶାହ କହିଛନ୍ତି। ୧ ତାରିଖ ଶେଷ ଦିନ ଥିବାରୁ ଭୁବନେଶ୍ବର ଏବଂ କଟକର ଲୋକେ ଏହି ମେଳା ପରିଦର୍ଶନର ସୁଯୋଗ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମେଳାରେ ୯ଟି ଦେଶ ଏବଂ ୧୯ଟି ରାଜ୍ୟର ଷ୍ଟଲ ଖୋଲିଛି। ଗୃହ ନିର୍ମାଣ ସଂସ୍ଥାଠାରୁ ଆରମ୍ଭ କରି ଫର୍ଣ୍ଣିଚର, ଇଣ୍ଟେରିଅର ଡିଜାଇନିଂ, ଲାଇଫଷ୍ଟାଇଲ ଉତ୍ପାଦ ନିର୍ମାତାମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିଛନ୍ତି।
ଆଜି ସରିବ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ମେଗା ଟ୍ରେଡ୍ ଫେୟାର
Advertisment
Follow Us