ରୁଷ୍‌ ତେଲର ବଡ଼ ଗ୍ରାହକ ଭାରତ

Advertisment
ଏବେବି ଭରସା ରୁଷ୍ ତେଲ: ଇରାକ, ସାଉଦିରୁ ଆମଦାନି ହ୍ରାସ

ନୂଆଦିଲ୍ଲୀ: ରୁଷ୍‌ରୁ ସବୁଠୁ ଅଧିକ ତେଲ କିଣିବାରେ ଚୀନ୍‌କୁ ପଛରେ ପକାଇ ଦେଇଛି ଭାରତ। ଜୁଲାଇରେ ଏହା ସବୁଠୁ ଅଧିକ ତେଲ କିଣିଛି। ମିଳିଥିବା ତଥ୍ୟ ଅନୁସାରେ ଏହି ମାସରେ ଭାରତ ଯେତିକି ତେଲ ଆମଦାନି କରିଛି ତାହାର ୪୪ ପ୍ରତିଶତ ରୁଷ୍‌ରୁ ମଗାଇଛି। ଭାରତ ଦ୍ବିତୀୟ ସର୍ବାଧିକ ତେଲ ଇରାକରୁ ମଗାଇଥିବା ବେଳେ ସାଉଦି ଆରବ ଓ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ଠାରୁ ମଧ୍ୟ ଅଧିକ ତେଲ ମଗାଇଛି। ୨୦୨୨ ଫେବ୍ରୁଆରିରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ନିଜ ଅର୍ଥନୀତିକୁ ବଞ୍ଚାଇ ରଖିବା ଲାଗି ରୁଷ୍ ସରକାର ରିହାତିରେ ତେଲ ଯୋଗାଉଛନ୍ତି।

ନିଜ ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତ ପାଇଁ ତାହା ଏକ ବଡ଼ ସୁଯୋଗରେ ପରିଣତ ହୋଇଛି। ପାରମ୍ପରିକ ଭାବେ ଇରାକ, ଇରାନ ଓ ସାଉଦି ଆରବଠାରୁ ଅଧିକ ତେଲ କିଣୁଥିବା ଭାରତରେ ଏବେ ରୁଷ୍‌ରୁ ଅଧିକ ତେଲ ମଗାଉଛି। ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଏବଂ ଦେଶ ଭିତରେ ତେଲ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ତାହା ଭାରତ ପାଇଁ ସହାୟକ ହୋଇଛି। ଯେତେଦିନ ପର୍ଯ୍ୟନ୍ତ ରୁଷ୍‌ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଠୋର କଟକଣା କାର୍ଯ୍ୟକାରୀ କରିନାହାନ୍ତି ସେତେ‌ଦିନ ପର୍ଯ୍ୟନ୍ତ ସେଠାରୁ ଭାରତ ଅଧିକ ତେଲ ମଗାଇବା ଜାରି ରଖିବ। ଚୀନ୍‌ର ଉତ୍ତରପୂର୍ବ ଅଞ୍ଚଳରେ ଥିବା ତେଲ କମ୍ପାନିଗୁଡ଼ିକୁ ରୁଷ୍‌ରୁ ଅଧିକ ତେଲ କିଣୁଛନ୍ତି। ମାତ୍ର ସେହି ଅଞ୍ଚଳରେ ଇନ୍ଧନ ଚାହିଦା ହ୍ରାସ ପାଇବାରୁ ସେମାନେ ଆମଦାନି ହ୍ରାସ କରିଛନ୍ତି। କିନ୍ତୁ ଭାରତୀୟ ଅର୍ଥନୀତି ଦୃଢ଼ ରହିଥିବାରୁ ତେଲ ଚାହିଦା ବିଶେଷ ଭାବେ ପ୍ରଭାବିତ ହୋଇନାହିଁ। ‌ତେବେ‌ ଚଳିତ ବର୍ଷ ଜୁଲାଇରେ ମଧ୍ୟପ୍ରାଚ୍ୟରୁ ‌ତେଲ ଆମଦାନି ୪ ପ୍ରତିଶତ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe