ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ଚତୁର୍ଥ ବୃହତ୍

Advertisment

ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୪-୧୪ରେ ଭାରତରୁ ବିଶ୍ବର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି।

ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୪-୧୪ରେ ଭାରତରୁ ବିଶ୍ବର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି।

ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ, ଆମେରିକାରୁ ଆସୁଥିବା ୩୦ଟି ସାମଗ୍ରୀ ଉପରେ ଆମଦାନୀ ଟିକସ ବସାଇଲା ଭାରତ

ନୂଆଦିଲ୍ଲୀ: ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୪-୧୪ରେ ଭାରତରୁ ବିଶ୍ବର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି। ୨୦୨୪-୨୫ରେ ଭାରତ ୧୬.୫୮ ଲକ୍ଷ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି। ୨୦୧୪-୧୫ରେ ଏହା ୧୦.୫୧ ଲକ୍ଷ ଟନ୍ ରହିଥିଲା। ମାଛଚାଷରେ ହୋଇଥିବା ଅଗ୍ରଗତି, ଉତ୍ତମ ଶୀତଳ ଭଣ୍ଡାର ଭିତ୍ତିଭୂମି, ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଗୁଣବତ୍ତା ବଜାୟ ରଖିବା ଯୋଗୁ ଦେଶର ସାମୁଦ୍ରିକା ଖାଦ୍ୟ ରପ୍ତାନି ୨୦୨୪-୨୫ରେ ୭.୨ ବିଲିଅନ ଡଲାରକୁ ବୃଦ୍ଧି ପାଇଛି।

୨୦୧୪-୧୫ରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ୫.୪ ବିଲିଅନ ଡଲାରରେ ରହିଥିଲା। ଗୋଟିଏ ପଟେ ଭାରତର ସାମୁଦ୍ରିକ ଖାଦ୍ୟ ପ୍ରତି ବିଶ୍ବ ବଜାରରେ ଚାହିଦା ବୃଦ୍ଧି ସହିତ ଅନ୍ୟପଟେ ଭାରତୀୟ ରପ୍ତାନିକାରୀ ଉଚ୍ଚମୂଲ୍ୟର ବଜାର ଅନ୍ବେଷଣ କରୁଛନ୍ତି। ଏସବୁ କାରଣ ପାଇଁ ଭାରତକୁ ଏଭଳି ସଫଳତା ମିଳିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସାମୁଦ୍ରିକ ଖାଦ୍ୟ ରପ୍ତାନି ବିଶ୍ବର ଅଧିକରୁ ଅଧିକ ସ୍ଥାନକୁ କରାଯିବା ଫଳରେ ବଜାରଜନିତ ବିପଦ ହ୍ରାସ ପାଇବା ସହିତ ନୂଆ ସୁଯୋଗ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe