ଭାରତ ବିଶ୍ବର ତୃତୀୟ ବୃହତ ଗାଡ଼ି ବଜାର

Advertisment

ଜାପାନକୁ ପଦଚ୍ୟୁତ କଲା

ଜାପାନକୁ ପଦଚ୍ୟୁତ କଲା

ଟାଟା ପୁଞ୍ଚକୁ ଟକ୍କର ଦେବାକୁ ହୁଣ୍ଡାଇ ଆଣିବ 'ଏକ୍ସଟର'

ନୂଆଦିଲ୍ଲୀ : ବିଶ୍ବର ତୃତୀୟ ବୃହତ ଗାଡ଼ି ବଜାର ଭାବେ ଭାରତ ଉଭା ହୋଇଛି। ଜାପାନକୁ ଏହା ତୃତୀୟ ସ୍ଥାନରୁ ପଦଚ୍ୟୁତ କରିଛି। ୨୦୨୨ରେ ଭାରତରେ ୪୪ ଲକ୍ଷ ୪୦ ହଜାରରୁ ଅଧିକ ନୂଆ ଗାଡ଼ି ଗ୍ରାହକଙ୍କୁ ହସ୍ତାନ୍ତର ହୋଇଛି। ଏହି ସମୟରେ ଜାପାନରେ ଭାରତଠାରୁ କମ୍ ୪୨ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଭାରତୀୟ ଅଟୋମୋବାଇଲ୍‌ ନିର୍ମାତା ସଂଘ (ସିଆମ୍‌) ଜାରି କରିଥିବା ରିପୋର୍ଟ ଆଧାରରେ ଏହା କୁହାଯାଉଛି। ଏଥିରେ ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚରେ ବିକ୍ରି ହେବାକୁ ଥିବା ଗାଡ଼ି ତଥ୍ୟ ସାମିଲ କରାଯାଇନାହିଁ। ତେଣୁ ଚଳିତ ବର୍ଷ ମାର୍ଚ୍ଚରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ବେଳକୁ ଜାପାନଠାରୁ ଭାରତ ବହୁ ଆଗରେ ରହିବ ବୋଲି ନିକେଇ ଏସିଆ ପକ୍ଷରୁ ଆକଳନ କରାଯାଇଛି।

publive-image

୨୦୨୧ରେ ଦୁଇ କୋଟି ୬୨ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ସହ ଚୀନ୍ ବିଶ୍ବର ସର୍ବବୃହତ ଗାଡ଼ି ବଜାର ସ୍ଥାନକୁ ବଜାୟ ରଖିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଆମେରିକାରେ ୧.୫୪ କୋଟି ଗାଡ଼ି ବିକ୍ରି ହୋଇଥିଲା। ଜାପାନରେ ୪୪ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା। ଗତ କିଛି ବର୍ଷ ଧରି ଭାରତର ଗାଡ଼ି ବଜାର କିନ୍ତୁ ଅସ୍ଥିର ଥିଲା। ୨୦୧୮ରେ ଭାରତରେ ୪୪ ଲକ୍ଷ, ୨୦୧୯ରେ ୪୦ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା। କୋଭିଡ୍‌ ମହାମାରୀ ପ୍ରଭାବ ଯୋଗୁ ୨୦୨୦ରେ ବିକ୍ରି ସଂଖ୍ୟା ୩ ଲକ୍ଷକୁ ଖସିଯାଇଥିଲା। ୨୦୨୧ରେ ବଜାରରେ ସୁଧାର ହେବା ସହ ୪୦ ଲକ୍ଷ ଗାଡ଼ି ବିକ୍ରି ହୋଇଥିଲା।

ଭାରତରେ ମାତ୍ର ୮.୫ ପ୍ରତିଶତ ପରିବାରରେ କାର୍‌ ରହିଛି। ତେଣୁ ଅଭିବୃଦ୍ଧି ଲାଗି ଏଠାରେ ବ୍ୟାପକ ସୁଯୋଗ ଅଛି। ଭାରତରେ ଏବେବି ପେଟ୍ରୋଲ ଚାଳିତ ଗାଡ଼ି ଅଧିକ ବିକ୍ରି ହେଉଛି। ହାଇବ୍ରିଡ୍‌ ସଂଖ୍ୟା ନାମମାତ୍ର ଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ମଧ୍ୟ ନଗଣ୍ୟ ସ୍ତରରେ ରହିଛି। ଜାପାନରେ ୧୯୯୦ରେ କାର୍‌ ବିକ୍ରି ଏହାର ସର୍ବୋଚ୍ଚ ସ୍ତର ୭୭.୭ ଲକ୍ଷରେ ପହଞ୍ଚିଥିଲା। ମାତ୍ର ଦେଶର ଜନସଂଖ୍ୟା ହ୍ରାସ ପାଇବା ପରେ ସେଠାରେ ଗାଡ଼ି ବିକ୍ରିର ସୁଯୋଗ ସଙ୍କୁଚିତ ହୋଇଥିଲା। ୧୯୯୦ ତୁଳନାରେ ଏବେ ସେଠାରେ ଅଧା ଗାଡ଼ି ବିକ୍ରି ହେଉଛି। ୨୦୦୬ରେ ଜାପାନ ବିଶ୍ବର ଦ୍ବିତୀୟ ବଡ଼ ଗାଡ଼ି ବଜାର ଥିଲା। ୨୦୦୯ରେ ଆମେରିକାକୁ ଅତିକ୍ରମ କରି ଚୀନ୍ ଏକ ନମ୍ବର ସ୍ଥାନରେ ପହଞ୍ଚିବା ପରେ ଜାପାନ ତୃତୀୟ ସ୍ଥାନକୁ ଖସିଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe